ଭୁବନେଶ୍ୱର: ଶେଷରେ ଅବସର ନେଲେ ବିଧାନସଭା ସଚିବ ଅମିୟ ଷଡ଼ଙ୍ଗୀ । ପୂର୍ବରୁ ଚାକିରି କାର୍ଯ୍ୟକାଳ ସରିଥିଲେ ହେଁ ସରକାର ବାରମ୍ବାର ତାଙ୍କ କାର୍ଯ୍ୟ ଅବଧି ବୃଦ୍ଧି କରିଆସୁଥିଲେ । ତେବେ ଏନେଇ ବିବାଦ ଉପୁଜିଥିଲା । ଫଳରେ ନିର୍ବାଚନ ସମୟରେ କୌଣସି ହରଡ଼ଘଣାରେ ନ ପଶି ସରକାର ତାଙ୍କୁ ଚାକିରୀରୁ ଅବ୍ୟାହତି ଦେଇଛନ୍ତି।
ସୂଚନାଯୋଗ୍ୟ, 2013 ମସିହାରୁ ଅମିୟ ଷଡ଼ଙ୍ଗୀଙ୍କର ଚାକିରୀକାର୍ଯ୍ୟକାଳ ଆନୁଷ୍ଠାନିକ ଭାବେ ଶେଷ ହୋଇଛି । ତେବେ ଲଗାତାର ଭାବେ ଚାରି ଥର ପାଇଁ ସରକାର ଅପିଲ କରିତାଙ୍କକାର୍ଯ୍ୟ ଅବଧି ବଢ଼ାଇଥିଲେ । ଏପରିକି ନିକଟରେ ପଞ୍ଚମ ଥର ଲାଗି ତାଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ପୁଣି ବାଚସ୍ପତି ପ୍ରଦୀପ ଅମାତ ରାଜ୍ୟପାଳଙ୍କୁ ଅପିଲ୍ କରିଥିଲେ । ତେବେ ଏହାକୁ ନେଇ ରାଜ୍ୟପାଳ ପ୍ରଶ୍ନ ଉଠାଇଥିଲେ ।