ଭୁବନେଶ୍ବର:ଆଜି ପ୍ରକାଶ ପାଇବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE 2022) ଫଳାଫଳ । ଆଜି (ବୁଧବାର) ପୂର୍ବାହ୍ନରେ SCTE ଅଡିଟୋରିୟମରେ ବିଭାଗୀୟ ମନ୍ତ୍ରୀଙ୍କ ସମେତ OJEE ଅଧ୍ୟକ୍ଷ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପରୀକ୍ଷା ଫଳ ପ୍ରକାଶିତ ହେବ ।
ଆଜି ବାହାରିବ OJEE ରେଜଲ୍ଟ - ଆଜି ଓଜେଇଇ ଫଳାଫଳ
ଆଜି ପୂର୍ବାହ୍ନରେ ପ୍ରକାଶ ପାଇବ OJEE ରେଜଲ୍ଟ । ବିଭାଗୀୟ ମନ୍ତ୍ରୀ ରହିବେ ଉପସ୍ଥିତ । ମୋଟ 57 ହଜାର 918 ଛାତ୍ରଛାତ୍ରୀ ଦେଇଥିଲେ ପ୍ରବେଶିକା ପରୀକ୍ଷା । ଅଧିକ ପଢନ୍ତୁ
ଆସନ୍ତାକାଲି ପ୍ରକାଶ ପାଇବ OJEE ଫଳାଫଳ
ସୂଚନା ଅନୁଯାୟୀ, OJEE ପରୀକ୍ଷା ପାଇଁ ମୋଟ 57 ହଜାର 918 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସର୍ବାଧିକ ଲାଟେରାଲ ଏଣ୍ଟ୍ରିର B-tech ପାଇଁ 20 ହଜାର 168 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ ବି.ଫାର୍ମା ପାଇଁ 12 ହଜାର 229 ଜଣ ଓ MBA ପାଇଁ 10 ହଜାର 167 ଜଣ ଆବେଦନ କରିଛନ୍ତି । ରାଜ୍ୟର 30ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହୋଇଥିଲା । ସେହିପରି ରାଜ୍ୟ ବାହାରେ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ ମଧ୍ୟ 3ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା ।
Last Updated : Jul 27, 2022, 8:09 AM IST