ଭୁବନେଶ୍ବର: ଓଜେଇଇ ପରୀକ୍ଷା ପ୍ରସ୍ତୁତି । ଖୁବଶୀଘ୍ର ହେବ ପରୀକ୍ଷା ତାରିଖ ଘୋଷଣା । ଚଳିତବର୍ଷ ଇଞ୍ଜିନିୟରିଂ ପାଠ୍ୟକ୍ରମ ନାମଲେଖା ପାଇଁ ଜାରି ରହିଛି ଆବେଦନ ପ୍ରକ୍ରିୟା । ଓଜେଇଇ ମାଧ୍ୟମରେ ବିଭିନ୍ନ କୋର୍ସ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି ।
ଖୁବଶୀଘ୍ର ହେବ OJEE ପରୀକ୍ଷା ତାରିଖ ଘୋଷଣା
ଚଳିତବର୍ଷ ଇଞ୍ଜିନିୟରିଂ ପାଠ୍ୟକ୍ରମ ନାମଲେଖା ପାଇଁ ଜାରି ରହିଛି ଆବେଦନ ପ୍ରକ୍ରିୟା । ଖୁବଶୀଘ୍ର ହୋଇପାରେ ଓଜେଇଇ ପରୀକ୍ଷା ତାରିଖ ଘୋଷଣା । ଅଧିକ ପଢନ୍ତୁ...
ଆସନ୍ତା ୩୦ ସୁଦ୍ଧା ଆବଦେନ ପ୍ରକ୍ରିୟା ଶେଷ ହେବ । ଗତବର୍ଷ ଭଳି ଏଥର ମଧ୍ୟ ବି.ଟେକ୍ ପାଇଁ ସ୍ବତନ୍ତ୍ର ଓଜେଇଇ ଅନୁଷ୍ଠିତ ହେବ । ଯେଉଁଥିପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ୧୦ ପର୍ଯ୍ୟନ୍ତ ଚାଲିବ । କୋଭିଡ ସମୟରେ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କ ଯାତାୟତ ସମସ୍ୟାକୁ ଦେଖି ଚଳିତ ବର୍ଷ ସମସ୍ତ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି ।
ଆବେଦନ କରିସାରିଥିବା ଛାତ୍ରଛାତ୍ରୀମାନେ ପୁନଃ ଫର୍ମ ଯାଞ୍ଚ କରି ତ୍ରୁଟି ସଂଶୋଧନ ସହ କେନ୍ଦ୍ର ପରିବର୍ତ୍ତନ କରିବାର ସୁଯୋଗ ରହିଛି । ଏହାସହ ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଓ ପାଟନାରେ ପରୀକ୍ଷା କରିବାକୁ ବ୍ୟବସ୍ଥା କରାଯାଇଛି । ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ