ଓଡିଶା

odisha

ETV Bharat / city

OJEE ଆବେଦନ ଅବଧି ବୃଦ୍ଧି, ରାଜ୍ୟ ବାହାର 3ଟି କେନ୍ଦ୍ରରେ ହେବ ପରୀକ୍ଷା - ଓଜେଇଇ ଆବେଦନ ଅବଧି ବୃଦ୍ଧି

ପ୍ରଥମ ଥର ପାଇଁ ରାଜ୍ୟ ବାହାରେ OJEE ପରୀକ୍ଷା । ଏନେଇ ରାଜ୍ୟ ବାହାରେ 3ଟି ସ୍ଥାନରେ ହେବ ପରୀକ୍ଷା। ସେହିପରି ରାଜ୍ୟ ଭିତରେ 7ଟି ନୂଆ ସ୍ଥାନରେ ହେବ ଓଜେଇଇ ପରୀକ୍ଷା କେନ୍ଦ୍ର । ଅଧିକ ପଢନ୍ତୁ...

OJEE apply date extended
OJEE ଆବେଦନ ଅବଧି ବୃଦ୍ଧି, ରାଜ୍ୟ ବାହାର 3 ଟି କେନ୍ଦ୍ରରେ ହେବ ପରୀକ୍ଷା

By

Published : Jul 26, 2021, 8:31 PM IST

ଭୁବନେଶ୍ବର :ଓଜେଇଇ ଆବେଦନ ଅବଧି ବୃଦ୍ଧି, ରାଜ୍ୟ ବାହାରେ 3 ଟି କେନ୍ଦ୍ରରେ ହେବ ଓଜେଇଇ ପରୀକ୍ଷା। ସେହିପରି ରାଜ୍ୟ ଭିତରେ 7ଟି ନୂଆ ସ୍ଥାନରେ ହେବ ଓଜେଇଇ ପରୀକ୍ଷା କେନ୍ଦ୍ର ।

ଜୁଲାଇ 30 ପର୍ଯ୍ୟନ୍ତ ଓଜେଇଇର ଆବେଦନ ଅବଧି ବୃଦ୍ଧି କରାଯାଇଛି। ଚଳିତ ବର୍ଷ ରାଜ୍ୟ ବାହାରେ ହେବ ଓଜେଇଇ । ରାଜ୍ୟରେ 7 ଟି ନୂଆ ସ୍ଥାନରେ ପରୀକ୍ଷା କରାଯାଉଥିବାବେଳେ ରାଜ୍ୟ ବାହାରେ 3ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଛି । କୋରୋନା ମହାମାରୀ ସମୟରେ ପିଲାଙ୍କ ସୁବିଧା ପାଇଁ ନୂଆ ଅନଲାଇନ ପରୀକ୍ଷା କେନ୍ଦ୍ର କରାଯାଇଛି। ରାଜ୍ୟ ଭିତରେ ନୂଆ ସ୍ଥାନରେ ହେବାକୁ ଥିବା ପରୀକ୍ଷା କେନ୍ଦ୍ର ଗୁଡିକ ହେଲା ଭବାନୀପାଟଣା, ବୌଦ୍ଧ, ଦେବଗଡ, କେନ୍ଦ୍ରାପଡା, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ପୁରୀ, ଓ ସୁବର୍ଣ୍ଣପୁର।

ସେହିପରି ରାଜ୍ୟ ବାହାରେ 3ଟି ସ୍ଥାନରେ ଓଜେଇଇ ପରୀକ୍ଷା କରିବା ପାଇଁ ଘୋଷଣା କରାଯାଇଛି । ପଶ୍ଚିମବଙ୍ଗର କୋଲକାତା, ବିହାରର ପାଟନା ଓ ଝାଡଖଣ୍ଡର ରାଞ୍ଚିରେ ହେବ ଓଜେଇଇ ପରୀକ୍ଷା କେନ୍ଦ୍ର । ପରୀକ୍ଷା ପାଇଁ ସମସ୍ତ ପ୍ରକାରର ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details