ଓଡିଶା

odisha

ETV Bharat / city

ତେଲ ଦର ବୃଦ୍ଧି ସମସ୍ତଙ୍କୁ ବାଧୁଛି, କଂଗ୍ରେସର ଆନ୍ଦୋଳନ ଲୋକଦେଖାଣିଆ: ପ୍ରତାପ

ତୈଳ ଦର ବୃଦ୍ଧି ନେଇ କଂଗ୍ରେସର ପ୍ରତିବାଦ ସାଇକେଲ ଯାତ୍ରା ଉପରେ ଟିପ୍ପଣୀ ରଖିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ । କହିଲେ ତୈଳ ଦର ବୃଦ୍ଧି ସମସ୍ତଙ୍କୁ ବାଧୁଛି । କିନ୍ତୁ ସବୁ ପ୍ରସଙ୍ଗରେ ଆନ୍ଦୋଳନ କରିବା କଂଗ୍ରେସର ଅଭ୍ୟାସରେ ପରିଣତ ହୋଇ ସାରିଲାଣି । ଅଧିକ ପଢନ୍ତୁ....

By

Published : Jul 14, 2021, 10:18 PM IST

ତୈଳ ଦର ବୃଦ୍ଧି ସମସ୍ତଙ୍କୁ ବାଧୁଛି, କିନ୍ତୁ ସବୁ ପ୍ରସଙ୍ଗରେ ଆନ୍ଦୋଳନ କରୁଛି କଂଗ୍ରେସ :ପ୍ରତାପ ଷଡଙ୍ଗୀ
ତୈଳ ଦର ବୃଦ୍ଧି ସମସ୍ତଙ୍କୁ ବାଧୁଛି, କିନ୍ତୁ ସବୁ ପ୍ରସଙ୍ଗରେ ଆନ୍ଦୋଳନ କରୁଛି କଂଗ୍ରେସ :ପ୍ରତାପ ଷଡଙ୍ଗୀ

ଭୁବନେଶ୍ବର: ତୈଳ ଦର ବୃଦ୍ଧି ନେଇ କଂଗ୍ରେସର ପ୍ରତିବାଦ ସାଇକେଲ ଯାତ୍ରା ଉପରେ ଟିପ୍ପଣୀ ରଖିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ । ପ୍ରତାପ କହିଛନ୍ତି , ଗଣତନ୍ତ୍ରରେ ସମସ୍ତଙ୍କ ଅଧିକାର ରହିଛି ଆନ୍ଦୋଳନ କରିବା ପାଇଁ,ହେଲେ କଂଗ୍ରେସ ସବୁ କ୍ଷେତ୍ରରେ ଆନ୍ଦୋଳନାତ୍ମକ ଢଙ୍ଗ ଠିକ ନୁହେଁ । ଚାଷୀ ବିଲ ପାଇଁ ଆନ୍ଦୋଳନ, ନାଗରିକ ସୁରକ୍ଷା ବିଲ ବିରୋଧରେ କଂଗ୍ରେସର ଆନ୍ଦୋଳନ, ତିନି ତଲାକ ବିଲ ବିରୋଧରେ ଆନ୍ଦୋଳନ ,ଯେମିତି କଂଗ୍ରେସ ଆନ୍ଦୋଳନଜୀବୀ ହୋଇଯାଇଛି ବୋଲି କଟାକ୍ଷ କରିଛନ୍ତି ପ୍ରତାପ । ସେହିପରି ତୈଳ ଦର ବୃଦ୍ଧି ବୃଦ୍ଧି ପାଇବା ନିଶ୍ଚୟ ବାଧୁଛି ବୋଲି ସ୍ବୀକାର କଲେ ପ୍ରତାପ ।

ତୈଳ ଦର ବୃଦ୍ଧି ସମସ୍ତଙ୍କୁ ବାଧୁଛି, କିନ୍ତୁ ସବୁ ପ୍ରସଙ୍ଗରେ ଆନ୍ଦୋଳନ କରୁଛି କଂଗ୍ରେସ :ପ୍ରତାପ ଷଡଙ୍ଗୀ

ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ର ସରକାର ତୈଳର ଅନ୍ୟ ପନ୍ଥା ଉତ୍ପାଦନ କରିବା ଉପରେ ଚେଷ୍ଟା ଜାରି ରଖିଛନ୍ତି । ଶୌର୍ଯ୍ୟ ଶକ୍ତି, ଇଥାନାଲ ବ୍ୟବହାର କରି ବିକଳ୍ପ ପନ୍ଥା ଉପରେ ବିଚାରବିମର୍ଶ ଜାରି ରହିଛି । ତୈଳ ଦର ବୃଦ୍ଧି ପ୍ରତିବାଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ସାଇକେଲ ଶୋଭାଯାତ୍ରା କରିଥିଲା କଂଗ୍ରେସ । ରାଜ୍ୟରେ ୭ ରୁ ୧୭ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ବ୍ୟାପକ କରିବାକୁ ଯାଉଛି କଂଗ୍ରେସ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details