ଭୁବନେଶ୍ବର: ଭେଡେନ ଗଣଦୁଷ୍କର୍ମ ଘଟଣା, ଓଏଚଆରସି କରିବ ତଦନ୍ତ । ବରଗଡ ଜିଲ୍ଲା ଭେଡେନ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା ଓ ଦୁଇ ଜଣଙ୍କୁ ହତ୍ୟା ଘଟଣା ମାମଲାରେ ମାନବିକ ଅଧିକାର କମିଶନଙ୍କ ନିକଟରେ ଦାଖଲ ହୋଇଥିବା ତଦନ୍ତ ରିପୋର୍ଟ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଖୋଦ ଓଏଚଆରସି ନିଜେ ତଦନ୍ତ କରିବ ।
ବରଗଡ ଭେଡେନ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ମାନବାଧିକାର କମିଶନ ଖୋଦ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବରଗଡ଼ ଭେଡେନ ପୋଲିସ ଦେଇଥିବା ରିପୋର୍ଟକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇଛନ୍ତି ମାନବାଧିକାର ଆୟୋଗ । ପୂର୍ବରୁ ଏହି ଘଟଣାର ତଦନ୍ତରେ ଅହେତୁକ ବିଳମ୍ବ ଓ ଶିଥିଳତାକୁ ନେଇ ପୋଲିସ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ କମିଶନ । ସେପଟେ ନିଜ ଜୀବନ ପ୍ରତି ବିପଦ ରହିଥିବା ବେଳେ ପିଡିତାଙ୍କ ଆବେଦନକୁ ଗ୍ରହଣ କରି ତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷାରେ ଯୋଗାଇ ଦେବା ପାଇଁ କମିଶନ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ଘଟଣାକୁ ନେଇ ଆସନ୍ତା 3 ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ ।