ଭୁବନେଶ୍ବର: ବାଡ ଯଦି ଫସଲ ଖାଏ, କହିବେ କାହାକୁ ? ଜନସାଧାରଣଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଲୋକ ଯଦି ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରେ, ଭରସା କରିବେ କାହାକୁ ? କାରଣ ବିଭିନ୍ନ ଘଟଣା ଉପରୁ ପରଦା ହଟାଉଥିବା ପୋଲିସ ଖାକିରେ ହିଁ ଲାଗିଛି କଳଙ୍କ । ରାଜ୍ୟ ମାନବାଧିକାର ଆୟୋଗରୁ ଏମିତି ସାଙ୍ଘାତିକ ତଥ୍ୟ ମିଳିବା ପରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି । ପୋଲିସ ପ୍ରଶାସନ ବିରୋଧରେ ରୁଜୁ ହୋଇଛି ସର୍ବାଧିକ ମାମଲା । ସେପଟେ କମିଶନଙ୍କ ନିକଟରେ ଆବଶ୍ୟକୀୟ କର୍ମଚାରୀଙ୍କ ଅଭାବ ହେତୁ ଅନେକ ତଦନ୍ତର ସତ୍ୟାସତ୍ୟ ଏବେ ଅନ୍ଧାରରେ ବୋଲି ଅଭିଯୋଗ ଆଣିଛନ୍ତି ଅଭିଯୋଗକାରୀ ।
ଓଡିଶା ମନାବାଧିକାର ଆୟୋଗରେ ପୋଲିସ ବିରୁଦ୍ଧରେ ହିଁ ଅଧିକ ମାମଲା ରୁଜୁ ହୋଇଛି। ମାନବାଧିକାର କମିଶନଙ୍କ ନିକଟରେ ଶିଶୁ , ସ୍ବାସ୍ଥ୍ୟ, ଜେଲ, ସାମାଜିକ ଅକ୍ଷମ, ପୋଲିସ , ପ୍ରଦୂଷଣ, ସମ୍ପ୍ରଦାୟ ଓ ମହିଳା ଭଳି ବିଭାଗ ଜରିଆରେ ରୁଜୁ ହୋଇଛି ମାମଲା । 14 ବର୍ଷ ତଳୁ ଯଦି ଏହି ତଥ୍ୟ ଦେଖାଯାଏ ତେବେ ସର୍ବାଧିକ କେସ ରହିଛି ପୋଲିସ ବିରୋଧରେ । 2005-06 ମସିହାରେ ରୁଜୁ ହୋଇଛି 547ଟି କେସ ।