ଭୁବନେଶ୍ବର: ଜଣେ ଜୀବିତ ନାବାଳକଙ୍କୁ ମୃତ ଦର୍ଶାଇ 2016 ମସିହାରେ 2 ଜଣଙ୍କୁ ଜେଲ ପଠାଇଥିଲେ ବରଗଡ ଜିଲ୍ଲାର ପାଇକମାଳ ଥାନା ଅଧିକାରୀ । ପାଇକମାଳ ଅଞ୍ଚଳରେ ଜଣେ ନାବାଳକ ନିଖୋଜ ଥିଲେ। ନିଖୋଜ ନାବାଳକର ପରିବାର ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।
ପୋଲିସ ନିଖୋଜ ଥିବା ନାବାଳକକୁ ହତ୍ୟା କରାଯାଇଥିବା ତଦନ୍ତରେ ଦର୍ଶାଇ 2 ଜଣଙ୍କୁ ଗିରଫ କରି ଜେଲ ପଠାଇଥିଲା। ହେଲେ ଦୀର୍ଘ ଦୁଇ ବର୍ଷ ପରେ ନିଖୋଜ ରହିଥିବା ଉକ୍ତ ନାବାଳକ ଜଣଙ୍କ ଘରକୁ ଫେରିଥିଲେ। ଏନେଇ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଏହାକୁ ନେଇ ନିଖୋଜ ଥିବା ନାବାଳକ ଜଣଙ୍କ ଘରକୁ ଫେରିଆସିଥିବା ଦେଖି ଗିରଫ ହୋଇଥିବା 2 ଜଣ ଯୁବକଙ୍କ ପରିବାର ଏନେଇ ପୋଲିସର ଏପରି କାର୍ଯ୍ୟାନୁଷ୍ଠାନ ବିରୋଧରେ ମାନବାଧିକାର କମିଶନଙ୍କ ନିକଟରେ ଆଭିଯୋଗ କରିଥିଲେ ।