ଭୁବନେଶ୍ବର: ଥାନାରେ ଯୁବତୀଙ୍କୁ ଅଟକ ରଖିବା ଘଟଣା, ସହାୟତା ରାଶି ପାଇଁ ଗୃହ ବିଭାଗକୁ ଓଏଚଆରସିର ନିର୍ଦେଶ । ନୟାପଲ୍ଲୀ ଅଞ୍ଚଳରେ ଦୁଇ ଜଣ ଯୁବତୀଙ୍କୁ ଜୋର ଜବରଦସ୍ତି ଥାନାକୁ ଆଣିବା ଘଟଣାରେ ତଦନ୍ତ କରିବା ପରେ ଉକ୍ତ ଦୁଇ ଯୁବତୀଙ୍କ ମାନବାଧିକାର ଓ ଆର୍ଥିକ ସହାୟତା ପ୍ରଦାନ ପାଇଁ ରାଜ୍ୟ ମାନବାଧିକାର କମିଶନ ରାଜ୍ୟ ଗୃହ ବିଭାଗକୁ ନିର୍ଦେଶ ଦେଇଛି ।
ନୟାପଲ୍ଲୀ ଥାନାରେ ଜାଗାବାଡିକୁ କେନ୍ଦ୍ର କରି 2018 ମସିହା ମେ ମାସ 14 ତାରିଖ ଘଟଣା । ଏକ ପରିବାରର ଦୁଇ ଜଣ ଉଚ୍ଚ ଶିକ୍ଷିତ ଯୁବତୀଙ୍କୁ ଜୋର ଜବରଦସ୍ତି ଘରୁ ଆଣି ଥାନାରେ ରଖିଥିଲେ ଥାନା ଅଧିକାରୀ । ସେହି ଦୁଇ ଜଣ ଯୁବତୀଙ୍କୁ ଥାନାରେ ରଖି ବିଭିନ୍ନ ପ୍ରକାରର ଅତ୍ୟାଚାର କରାଯାଉଥିଲା । ଏହି ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ଡିସିପି ଓ କମିଶନର ପୋଲିସଙ୍କୁ ଏହି ଘଟଣାକୁ ନେଇ ତଦନ୍ତ କରିବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଥିଲେ ।