ଓଡିଶା

odisha

ETV Bharat / city

COVID SPIKE : 25 ଯାଏଁ OHRC କାର୍ଯ୍ୟାଳୟ ବନ୍ଦ, ଜରୁରୀ ବିଷୟ ହେଲେ ଭର୍ଚୁଆଲ୍‌ରେ ଶୁଣାଣି - କୋରୋନା ପାଇଁ ଓଡିଶା ମାନବ ଅଧିକାର ଆୟୋଗଙ୍କ କାର୍ଯ୍ୟାଳୟ ବନ୍ଦ

ରାଜ୍ୟରେ ଉପର ମୁହାଁ କୋରୋନା ଗ୍ରାଫ । ଓଡିଶା ମାନବ ଅଧିକାର ଆୟୋଗଙ୍କ କାର୍ଯ୍ୟାଳୟ ଆଜି(ସୋମବାର) ଠାରୁ 25 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଅଧିକ ପଢନ୍ତୁ

COVID SPIKE :25 ଯାଏଁ OHRC କାର୍ଯ୍ୟାଳୟ ବନ୍ଦ
COVID SPIKE :25 ଯାଏଁ OHRC କାର୍ଯ୍ୟାଳୟ ବନ୍ଦ

By

Published : Jan 17, 2022, 3:54 PM IST

ଭୁବନେଶ୍ବର :ରାଜ୍ୟରେ ଉପର ମୁହାଁ କୋରୋନା ଗ୍ରାଫ । ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଓଡିଶା ମାନବାଧିକାର କମିଶନ କାର୍ଯ୍ୟାଳୟରେ ଥିବା ଅଧିକାରୀ ଓ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି ।

COVID SPIKE :25 ଯାଏଁ OHRC କାର୍ଯ୍ୟାଳୟ ବନ୍ଦ

ତେଣୁ ଅନ୍ୟମାନଙ୍କର ସୁରକ୍ଷା ପାଇଁ ଓଡିଶା ମାନବ ଅଧିକାର ଆୟୋଗଙ୍କ କାର୍ଯ୍ୟାଳୟ ଆଜି ଠାରୁ 25 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। OHRC କାର୍ଯ୍ୟାଳୟକୁ 9 ଦିନ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଏହି ଅବଧି ମଧ୍ୟରେ ଅତ୍ୟନ୍ତ ଜରୁରୀ ବିଷୟ ଗୁଡ଼ିକ କେବଳ ଭର୍ଚୁଆଲ୍ ମୋଡ ମାଧ୍ୟମରେ ଶୁଣାଣୀ କରାଯିବ ।

ଏହାବି ପଢନ୍ତୁ :Punjab Assembly Poll: ଫେବୃଆରୀ ୨୦କୁ ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ

ବନ୍ଦ ହେବାର ଅବଧି ମଧ୍ୟରେ ଅଭିଯୋଗ କି ଆବେଦନ କେବଳ ଅଫିସିଆଲ୍ ଇମେଲ୍ (ohro@nic.in) ମାଧ୍ୟମରେ ଦାଖଲ ହେବ । ଏହିପରି ଜରୁରୀ ଶୁଣାଣି ପାଇଁ ସେଲ୍ ନମ୍ବର 94437092632 (ମାନ୍ୟବର ଚେୟାରମ୍ୟାନଙ୍କ ବ୍ୟକ୍ତିଗତ ସଚିବ) ସହିତ ଯୋଗାଯୋଗ କରିପାରିବେ। ଅଭିଯୋଗ ଗୁଡିକର ଅଧ୍ୟକ୍ଷଙ୍କ ଠାରୁ ଅନୁମତି ପାଇବା ପରେ ଅତ୍ୟନ୍ତ ଜରୁରୀ ବିଷୟ ଗୁଡ଼ିକ ଗ୍ରହଣ କରାଯାଇ ଶୁଣାଣି କରାଯିବ। ଭର୍ଚ୍ଚୁଆଲି ଶୁଣାଣି ପାଇଁ ଆଗ୍ରହୀ ବ୍ୟକ୍ତିମାନେ ସେମାନଙ୍କ ମୋବାଇଲ ନମ୍ବର ଏବଂ ଇମେଲ ଆଇଡିକୁ ଆଗୁଆ ପ୍ରଦାନ କରିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details