ଓଡିଶା

odisha

ETV Bharat / city

ରାସ୍ତା ଅବରୋଧକୁ ନେଇ ଓଏଚଆରସିର ରିପୋର୍ଟ ତଲବ - OHRC notice to police DG

ବେଆଇନ ଗାର୍ଡି ପାର୍କିଂ ଓ ରାସ୍ତା ଅବରୋଧକୁ ରାଜ୍ୟ ମାନବାଧିକାର କମିଶନର ଗୁରୁତର ସହ ନେଇଛନ୍ତି । ଅକ୍ଟୋବର 21ରେ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଗୃହ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରିଛନ୍ତି ।

ଫାଇଲ ଫଟୋ

By

Published : Oct 2, 2019, 10:28 AM IST

ଭୁବନେଶ୍ବର: ବେଆଇନ ଗାଡି ପାର୍କିଂ ଓ ରାସ୍ତା ଅବରୋଧକୁ ନେଇ ରାଜ୍ୟ ଗୃହ ସଚିବ ଓ ଅତିରିକ୍ତ ପୋଲିସ ନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ବିଭିନ୍ନ ସମୟରେ କଟକ ଏବଂ ଭୁବନେଶ୍ବରରେ ହେଉଥିବା ରାଜରାସ୍ତା ଅବରୋଧକୁ ଗୁରୁତର ସହ ନେଇଛନ୍ତି କମିଶନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କଟକ-ଭୁବନେଶ୍ବର ମଧ୍ୟରେ ଥିବା ପ୍ରତାପ ନଗରୀ ଅଞ୍ଚଳରେ ପ୍ରାୟତଃ ରାସ୍ତା ଜାମ ରହୁଛି । ବିଭିନ୍ନ ସମୟରେ ଲୋକେ ବେଆଇନ ଭାବେ ପାର୍କିଂ କରିବା ଯୋଗୁଁ ଦୀର୍ଘ ସମୟ ଧରି ଗାଡି ଅଟକି ରହୁଛି । ଆଉ ଏହାର ସୁଯୋଗ ନେଇ ଅପରାଧି ଫାଇଦା ଉଠାଉଛନ୍ତି । ଏପରିକି ଅନେକ ସ୍ଥାନରେ ଭଙ୍ଗାରୁଜା ମଧ୍ୟ କରୁଛନ୍ତି । ଯାହା ଦ୍ବାରା ସାଧାରଣ ଲୋକେ ଆକ୍ରମଣର ଶିକାର ହେଉଥିବା ଘଟଣା ସାମ୍ନାକୁ ଆସୁଛି । ଏନେଇ ଆସନ୍ତା ଅକ୍ଟୋବର ୨୧ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଗୃହ ସଚିବ ଓ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details