ଭୁବନେଶ୍ବର: ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପୁରୀ ଓ କୋଣାର୍କର ବିଭିନ୍ନ ଛକରେ ବୃଦ୍ଧି ପାଉଛି ଭିକ୍ଷାବୃତ୍ତି । ମୁଖ୍ୟତଃ ଭିନ୍ନକ୍ଷମ, ଶିଶୁ ଓ ମହିଳାମାନଙ୍କୁ ନେଇ କେତେକ ବ୍ୟବସାୟୀ ଏମାନଙ୍କୁ ଭିକ୍ଷାବୃତ୍ତିରେ ନିୟୋଜିତ କରୁଥିବାର ଅଭିଯୋଗ ହୋଇଛି । ଯାହା ପରେ ରାଜ୍ୟ ମାନବ ଅଧିକାର କମିଶନ ସର୍ଭେ ପାଇଁ ମୁଖ୍ୟ ସଚିବ ଓ ଗୃହ ସଚିବଙ୍କୁ 4ମାସ ସମୟ ଦେଇଛନ୍ତି ।
ଏହି ଘଟଣା ବିଷୟରେ ରାଜ୍ୟ ମାନବ ଅଧିକାରଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଯାହାର ସତ୍ୟତା ଅନୁସନ୍ଧାନ କରିବାକୁ ଜଣେ ଡିଏସପିଙ୍କୁ ଦାୟିତ୍ବ ଦିଆଯାଇଥିଲା । ତେବେ ଏହି ଘଟଣାରେ ରାଜ୍ୟ ମାନବ ଅଧିକାର କମିଶନ ଜଷ୍ଟିସ ବିମଳ ପ୍ରସାଦ ଚିନ୍ତା ପ୍ରକଟ କରିଛନ୍ତି । ଟ୍ରାଫିକ ଛକ ନିକଟରେ କାର କାଚ ପରଦା, ଖେଳନା, ପେନ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରୀ କରୁଥିବା ବ୍ୟକ୍ତି ଓ ଶିଶୁମାନଙ୍କ ପରିଚୟ ଚିହ୍ନଟ କରିବା ସହ ଅନ୍ୟ ରାଜ୍ୟରୁ ଆସିଥିଲେ ସେମାନଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ପଠାଇବାର ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ।