ଭୁବନେଶ୍ବର:କିଶନ ନଗର ଥାନା ସମ୍ମୁଖରେ ଜନୈକ ବ୍ୟକ୍ତିଙ୍କ ଆତ୍ମାହୁତି ଘଟଣାକୁ ନେଇ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ଏହି ଘଟଣା ସମ୍ପର୍କରେ ରିପୋର୍ଟ ଦେବାକୁୂ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି OHRC । ପରବର୍ତ୍ତୀ ତାରିଖ ସୁଦ୍ଧା ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଦୀର୍ଘ ଦିନ ଧରି ଲାଗି ରହିଥିବା ଜମିବାଡ଼ି ବିବାଦକୁ ନେଇ କଟକ ଇଷାଣି ବ୍ରହ୍ମପୁରର ଗୁଣନିଧି ବିଷୋୟୀ ନାମକ ବ୍ୟକ୍ତି ବାରମ୍ବାର ଥାନା ଦ୍ବାରସ୍ତ ହେଉଥିଲେ । ଏହାକୁ ନେଇ ପାରିବାରିକ କଳହ ମଧ୍ୟ ବଢ଼ି ଚାଲିଥିଲା । ହେଲେ ଥାନା ଅଧିକାରୀ ସମସ୍ୟାର ସମାଧାନ ନେଇ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଏହାକୁ ସହ୍ୟ ନକରିପାରି ଥାନା ପରିସରରେ ଗୁଣନିଧି ଦେହରେ କିରୋସିିନ ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ ।