ଓଡିଶା

odisha

ETV Bharat / city

ଅଭିଯୁକ୍ତଙ୍କୁ ଥାନାରେ ମାଡମାରିବା ଘଟଣା, ଆଇଆଇସିଙ୍କୁ 2 ବର୍ଷ କାର୍ଯ୍ୟରୁ ଅବ୍ୟାହତ - କେନ୍ଦୁଝର ପାଟନା ଥାନା ଆଇଆଇସିଙ୍କୁ ଦଣ୍ଡିତ ଖବର

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ଆଗାମୀ 2 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟରୁ ଅବ୍ୟାହତ କରାଯାଇଛି । ଥାନାରେ ଜଣେ ଅଭିଯୁକ୍ତଙ୍କୁ ମାଡମାରିବା ସହ ଗାଳିଗୁଲଜ କରିବା ଅଭିଯୋଗରେ ତାଙ୍କୁ ଦଣ୍ଡିତ କରାଯାଇଛି । ଅଧିକ ପଢନ୍ତୁ...

ଅଭିଯୁକ୍ତଙ୍କୁ ଥାନାରେ ମାଡମାରିବା ଘଟଣା, ଆଇଆଇସୀଙ୍କୁ 2 ବର୍ଷ କାର୍ଯ୍ୟରୁ ଅବ୍ୟାହତ
ଅଭିଯୁକ୍ତଙ୍କୁ ଥାନାରେ ମାଡମାରିବା ଘଟଣା, ଆଇଆଇସୀଙ୍କୁ 2 ବର୍ଷ କାର୍ଯ୍ୟରୁ ଅବ୍ୟାହତ

By

Published : Nov 13, 2020, 7:20 PM IST

Updated : Nov 13, 2020, 9:55 PM IST

ଭୁବନେଶ୍ବର: ଲକଡାଉନ ସମୟରେ ଯୁବକଙ୍କୁ ଥାନାରେ ମାଡମାରିବା ସହ ଗାଳିଗୁଲଜ କରିବା ଥାନା ଆଇଆଇସିଙ୍କୁ ମହଙ୍ଗା ପଡିଛି । ଏଥିପାଇଁ ଆଗାମୀ 2 ବର୍ଷ ପର୍ଯ୍ୟନ୍ତ ଆଇଆଇସିଙ୍କୁ ଥାନା କିମ୍ବା ଥାନା ବାହାରେ ଡ୍ବୁଟି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଭିଯୁକ୍ତଙ୍କୁ ଥାନାରେ ମାଡମାରିବା ଘଟଣା, ଆଇଆଇସିଙ୍କୁ 2 ବର୍ଷ କାର୍ଯ୍ୟରୁ ଅବ୍ୟାହତ


ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ପଟଣା ଥାନାର ଆଇଆଇସି ସନ୍ଧ୍ୟାରାଣୀ ଜେନା ଲାକଡାଉନ ସମୟରେ ଥାନା ମଧ୍ୟରେ ଏକ ଯୁବକଙ୍କୁ ମାଡ ମାରିବା ସହ ଗାଳିଗୁଲଜ କରିଥିଲେ, ଯାହା ଏବେ ତାଙ୍କୁ ମାହାଙ୍ଗା ପଡିଛି । ମାନବାଧିକାର ଆୟୋଗ ତାଙ୍କୁ 2 ବର୍ଷ ପର୍ଯ୍ୟନ୍ତ ଥାନାରେ ଓ ଫିଲଡ଼ରେ ୱାର୍କ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସନ୍ଧ୍ୟାରାଣୀ ଜେନାଙ୍କୁ ବହୁଳ ପରିମାଣର ବ୍ୟବହାରରେ ପ୍ରଶିକ୍ଷଣ ଆବଶ୍ୟକ ରହିଛି । ତେଣୁ ତାଙ୍କୁ ଶୀଘ୍ର ପ୍ରଶିକ୍ଷଣକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର ଆୟୋଗ । ଏନେଇ ଗୃହ ବିଭାଗ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ 2 ମାସ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟ ମାନବାଧିକାର ଆୟୋଗ ନିର୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଏସଡିପିଓଙ୍କ ଅନୁସନ୍ଧାନରୁ ଜଣାପଡିଛି ଯେ, ପୋଲିସ ଷ୍ଟେସନରେ ଥିବା ସିସିଟିଭି କାମ କରୁନାହିଁ । ଆଇଆଇସି ଏହାର ସୁଯୋଗ ନେଇ ଥାନା ମଧ୍ୟରେ ଜଣେ ଅଭିଯୁକ୍ତଙ୍କୁ ମାଡ ମାରିଛନ୍ତି । ଯଦି ଥାନାରେ ସିସିଟିଭି ଖରାପ ହୋଇଥାଏ ତେବେ ଏହାର କାର୍ଯ୍ୟକ୍ଷମ କରିବା ଆଇଆଇସିଙ୍କ କାର୍ଯ୍ୟ, ଏଥିପାଇଁ ଆଇଆଇସି ଦାୟୀ ରହିବେ ବୋଲି ରାଜ୍ୟ ମାନବାଧିକାର କମିଶନ କହିଛନ୍ତି।

ସୂଚନା ଅନୁଯାୟୀ, ଗତ ମେ ମାସରେ ପାଟଣା ଥାନାରେ ଅଟକ ଥିବା ଜଣେ ଅଭିଯୁକ୍ତଙ୍କୁ ଆଇଆଇସି ମାଡ ମାରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଳ ହୋଇଥିଲା । ଘଟଣାକୁ ନେଇ ପୂର୍ବରୁ ମଧ୍ୟ ରାଜ୍ୟ ମାନବାଧିକାର ଆୟୋଗ ଅଭିଯୁକ୍ତଙ୍କୁ 10 ହଜାର ଟଙ୍କା କ୍ଷତିପୂରଣ ବାବଦକୁ ସନ୍ଧ୍ୟାରାଣୀଙ୍କ ଦରମାରୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Nov 13, 2020, 9:55 PM IST

ABOUT THE AUTHOR

...view details