ଓଡିଶା

odisha

ବର୍ଷା ପୂର୍ବରୁ ବାଲେଶ୍ୱରରେ ‘ୟସ୍‌’ ବାତ୍ୟାରେ ବିଦ୍ୟୁତ କ୍ଷୟକ୍ଷତି ସଜାଡ଼ିବାକୁ ନିର୍ଦ୍ଦେଶ

By

Published : Jun 16, 2021, 10:08 PM IST

ବାତ୍ୟା ‘ୟାସ୍‌’ ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବିଦ୍ୟୁତ ସେବା ଯୋଗାଣରେ ବ୍ୟାପକ କ୍ଷୟକ୍ଷତି । ଏହାକୁ ଆସନ୍ତା ବର୍ଷା ଋତୁ ପୂର୍ବରୁ ସ୍ୱାଭାବିକ କରିବାକୁ ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ହୋଇଥିବା ସମୀକ୍ଷା ବୈଠକରେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ବର୍ଷା ପୂର୍ବରୁ ବାଲେଶ୍ୱରରେ ‘ୟସ୍‌’ ବାତ୍ୟାରେ ବିଦ୍ୟୁତ କ୍ଷୟକ୍ଷତି ସଜାଡ଼ିବାକୁ ନିର୍ଦ୍ଦେଶ
ବର୍ଷା ପୂର୍ବରୁ ବାଲେଶ୍ୱରରେ ‘ୟସ୍‌’ ବାତ୍ୟାରେ ବିଦ୍ୟୁତ କ୍ଷୟକ୍ଷତି ସଜାଡ଼ିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ବାତ୍ୟା ‘ୟସ୍‌’ ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବିଦ୍ୟୁତ ସେବା ଯୋଗାଣରେ ବ୍ୟାପକ କ୍ଷୟକ୍ଷତି । ଏହାକୁ ଆସନ୍ତା ବର୍ଷା ଋତୁ ପୂର୍ବରୁ ସ୍ୱାଭାବିକ କରିବାକୁ ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ହୋଇଥିବା ସମୀକ୍ଷା ବୈଠକରେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ଷା ପୂର୍ବରୁ ବାଲେଶ୍ୱରରେ ‘ୟସ୍‌’ ବାତ୍ୟାରେ ବିଦ୍ୟୁତ କ୍ଷୟକ୍ଷତି ସଜାଡ଼ିବାକୁ ନିର୍ଦ୍ଦେଶ

‘ୟସ୍‌’ ବାତ୍ୟା ପୁନରୁଦ୍ଧାର କାର୍ଯ୍ୟରେ ଶକ୍ତି ବିଭାଗ ବିତରଣ କମ୍ପାନୀଗୁଡ଼ିକ ସହ ତାଳମେଳ ରଖି କାର୍ଯ୍ୟ ତୁଲାଇଛନ୍ତି । ସେଥିପାଇଁ ମନ୍ତ୍ରୀ ସମସ୍ତଙ୍କ ଅବଦାନକୁ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ନେତୃତ୍ୱର ଉଚ୍ଚ ପ୍ରଶଂସା କରିଛନ୍ତି । ଗ୍ରୀଡ଼୍‌କୋ, ଓପିଟିସିଏଲ୍‌ ଏବଂ ଟିପିଏନ୍‌ଓଡିଏଲ୍‌ ଖୁବ୍‌ ଅଳ୍ପ ସମୟ ମଧ୍ୟରେ ବିଦ୍ୟୁତ ସେବା ଯୋଗାଣ ଏବଂ ବାତ୍ୟାରେ ଜୀବନହାନି ନ ହୋଇଥିବା ହେତୁ ସମସ୍ତଙ୍କୁ ଏହି ସଫଳତା ପାଇଁ ବଧେଇ ଜଣାଇଛନ୍ତି ।

ଟିପିଏନ୍‌ଓଡିଏଲ୍‌ ଓଡ଼ିଏସ୍‌ଏସ୍‌ପି ସ୍କିମ୍‌ କାର୍ଯ୍ୟକାରୀ କରି ଜିଲ୍ଲା ସଦର ମହକୁମାକୁ ଏନ୍‌-୧ ଲାଇନ୍‌ ସପ୍ଲାଇ କରିବା ଏବଂ ସମସ୍ତ କୋଭିଡ୍‌ ହସ୍ପିଟାଲ୍‌କୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଣକୁ ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଭୂତଳ କେବୁଲରେ ବିଦ୍ୟୁତ ସଂଚାରକୁ କାର୍ଯ୍ୟକାରୀ କରିବା ଦିଗରେ କାମ କରିବା, ୧୧ କେଭି ଲାଇନ୍‌ର ଦୈର୍ଘ୍ୟ କମାଇବା, ସଠିକ୍‌ ସମୟରେ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବା ଉପରେ ମନ୍ତ୍ରୀ ଜୋର ଦେଇଛନ୍ତି ।

ପ୍ରାଥମିକ ସବ୍‌-ଷ୍ଟେସନ୍‌ କାର୍ଯ୍ୟ ପାଇଁ ବିଭାଗ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ସହଯୋଗ ନେଲେ କାର୍ଯ୍ୟ ସୁଚାରୁ ଭାବେ ହୋଇପାରିବ ବୋଲି ସେ କହିଛନ୍ତି । ବିଭାଗ କରୁଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ସୋସିଆଲ୍‌ ମିଡ଼ିଆରେ ପ୍ରଚାର ଓ ପ୍ରସାର ନେଇ ପରାମର୍ଶ ଦେଇଛନ୍ତି । ତାହା ସରକାର ଓ ଲୋକଙ୍କ ମଧ୍ୟରେ ରହିଥିବା ବ୍ୟବଧାନ ସଂକୁଚିତ କରିବାରେ ସାହାଯ୍ୟ କରିବ ବୋଲି ମନ୍ତ୍ରୀ ଆଶା ରଖିଛନ୍ତି ।

ବାଲେଶ୍ବର ଜିଲ୍ଲାର ରାଇବଣିଆ ଭଳି ଆଦିବାସୀ ଅଧ୍ୟୁଷିତ ଏବଂ ଜଳେଶ୍ୱର ପରି ବନ୍ୟା, ବାତ୍ୟା ପ୍ରବଣ ଅଞ୍ଚଳକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି ।ସେହିପରି ଚାନ୍ଦିପୁର ଗ୍ରୀଡ଼୍‌-ସବ୍‌ଷ୍ଟେସନ୍‌କୁ ତୁରନ୍ତ ଚାର୍ଜ କରାଯିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ସ୍ୱୟଂ ପ୍ରଭାବିତ ଅଞ୍ଚଳରେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିଲେ । ମନ୍ତ୍ରୀଙ୍କ ମାର୍ଗଦର୍ଶନ ଦେବା ସମସ୍ତ କର୍ମଚାରୀଙ୍କୁ ଉତ୍ସାହ ପ୍ରଦାନ କରିଥିଲା । ଏବଂ ପୁନରୁଦ୍ଧାର କାର୍ଯ୍ୟ ସଠିକ୍‌ ସମୟରେ ହୋଇପାରିଥିବା ଦର୍ଶାଇ ବିଭାଗ ତରଫରୁ ପ୍ରମୁଖ ଶାସନ ସଚିବ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ବାତ୍ୟା ପୁନରୁଦ୍ଧାର କାର୍ଯ୍ୟରେ ବାକି ରହିଥିବା ପାଉଣା ପତ୍ରକୁ ତୁରନ୍ତ ପଇଠ କରିବା ଏବଂ ଉତ୍ତମ ସେବା ପ୍ରଦାନ ସକାଶେ କର୍ମଚାରୀମାନଙ୍କୁ ସମ୍ମାନିତ କରିବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ବିଭାଗ ତରଫରୁ ଅକୁଣ୍ଠ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସମୀକ୍ଷା ବୈଠକରେ ଗ୍ରୀଡ଼୍‌କୋ ଓ ଓପିଟିସିଏଲ୍‌ର, ଟିପିଏନ୍‌ଓଡ଼ିଏଲ୍‌ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details