ଓଡିଶା

odisha

ETV Bharat / city

ସରକାରୀ ଉଦ୍ୟୋଗରେ ବାବୁଙ୍କ ରାଜ, ଦୁର୍ନୀତି ଫାଶରେ 172 ଅଧିକାରୀ - ବିଧାନସଭା ପ୍ରଶ୍ନକାଳ

ରାଜ୍ୟରେ ଥିବା 36ଟି ସରକାରୀ ଉଦ୍ୟୋଗ ମଧ୍ୟରୁ 24ଟିରେ 172 ଜଣ ଅଧିକାରୀଙ୍କ ବିରୋଧରେ ଏହି ଅନିୟମିତତା ଅଭିଯୋଗ ହୋଇଛି । ଶନିବାର ବିଧାନସଭାର ପ୍ରଶ୍ନକାଳ ବେଳେ ବିଜେଡି ବିଧାୟକ ସୁଶାନ୍ତ କୁମାର ବେହେରା ଏନେଇ ପ୍ରଶ୍ନ କରିବା ପରେ ଉତ୍ତର ରଖିଥିଲେ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଅଶୋକ ପଣ୍ଡା । ଅଧିକ ପଢନ୍ତୁ...

Od_bbsr_officers rule in government industry
ସରକାରୀ ଉଦ୍ୟୋଗରେ ବାବୁଙ୍କ ରାଜ, ଦୁର୍ନୀତି ଫାଶରେ 172 ଅଧିକାରୀ

By

Published : Feb 15, 2020, 8:52 PM IST

ଭୁବନେଶ୍ବର: ସରକାରୀ ଉଦ୍ୟୋଗରେ ଅନିୟମିତତା । ରାଜ୍ୟରେ ଥିବା 36ଟି ସରକାରୀ ଉଦ୍ୟୋଗ ମଧ୍ୟରୁ 24ଟି ରେ 172 ଜଣ ଅଧିକାରୀଙ୍କ ବିରୋଧରେ ଏହି ଅନିୟମିତତା ଅଭିଯୋଗ ହୋଇଛି । ଶନିବାର ବିଧାନସଭାର ପ୍ରଶ୍ନକାଳ ବେଳେ ବିଜେଡି ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଥିଲେ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଅଶୋକ ପଣ୍ଡା ।

ବିଧାନସଭାର ପ୍ରଶ୍ନକାଳ ବେଳେ ବିଜେଡି ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଲେ ଉଦ୍ୟୋଗ ମନ୍ତ୍ରୀ
ଦୁର୍ନୀତି ଫାଶରେ 172 ଅଧିକାରୀ

ବିଜେଡି ବିଧାୟକ ସୁଶାନ୍ତ ବେହେରା ପ୍ରଶ୍ନ କରିଥିଲେ ଯେ, ରାଜ୍ୟର କେଉଁ ସାଧାରଣ ଉଦ୍ୟୋଗର କେଉଁ ଅଧିକାରୀଙ୍କ ବିରୁଦ୍ଧରେ ଅନିୟମିତତା ଓ କାର୍ଯ୍ୟାନୁଷ୍ଠାନ ବିଚାରଧିନ ଅଛି । ଏହାସହ ସେଗୁଡିକର ଆଶୁ ଫଇସଲା ପାଇଁ କି ପଦକ୍ଷେପ ଗ୍ରହଣ କରାଯାଇଛି । ଯାହାର ଉତ୍ତରରେ ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ କି ଯୋଗାଣ ନିଗମରେ ସର୍ବାଧିକ 34 ଜଣଙ୍କ ବିରୋଧରେ ଅନିୟମିତତା ଅଭିଯୋଗ ରହିଛି ।

ସରକାରୀ ଉଦ୍ୟୋଗରେ ବାବୁଙ୍କ ରାଜ

ସେହିପରି ଉଠା ଜଳସେଚନ ନିଗମରେ 26, ଶକ୍ତି ସଂଚାରଣ ନିଗମରେ 24, ବନ ଉନ୍ନୟନ ନିଗମରେ 17, କୃଷି ଶିଳ୍ପ ନିଗମରେ 12, ଗ୍ରାମ୍ୟ ଗୃହ ନିର୍ମାଣ ଏବଂ ଉନ୍ନୟନ ନିଗମରେ 10 ଜଣ ଅଧିକାରୀଙ୍କ ବିରୋଧରେ ଆସିଛି ଅନିୟମିତତା ଅଭିଯୋଗ । କିଛି ମାମଲାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି ତ କିଛି ମାମଲାରେ ତଦନ୍ତ ଚାଲିଛି । ଆଉ କିଛି ମାମଲା ହାଇକୋର୍ଟ ଓ ଭିଜିଲାନ୍ସ କୋର୍ଟରେ ବିଚରାଧୀନ ଅଛି ବୋଲି ମନ୍ତ୍ରୀ କହିଛନ୍ତି ।

ସରକାରୀ ଉଦ୍ୟୋଗରେ ବାବୁଙ୍କ ରାଜ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details