ଭୁବନେଶ୍ବର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC)ର ମେମ୍ବର ଭାବେ ସୁଶାନ୍ତ କୁମାର ରାୟ ମହାପାତ୍ର ଆଜି(ବୁଧବାର) ଶପଥ ଗ୍ରହଣ କରିଛନ୍ତି । ଶକ୍ତି ବିଭାଗର ଭାରପ୍ରାପ୍ତ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ ତାଙ୍କୁ ନିଯୁକ୍ତି ସଂପର୍କିତ ଶପଥ ପାଠ କରିଛନ୍ତି । ଓଇଆର୍ସି ଅଧ୍ୟକ୍ଷ ୟୁ.ଏନ୍. ବେହେରା ତାଙ୍କୁ ଶପଥପାଠ କରାଇଛନ୍ତି ।
ଶପଥ ନେଲେ OERC ମେମ୍ବର ସୁଶାନ୍ତ କୁମାର ରାୟ ମହାପାତ୍ର - ଓଇଆରସି ନୂଆ ସଦସ୍ୟ ସୁଶାନ୍ତ
ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(OERC)ର ମେମ୍ବର ଭାବେ ସୁଶାନ୍ତ କୁମାର ରାୟ ମହାପାତ୍ର ଆଜି(ବୁଧବାର) ଶପଥ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ
ଶପଥ ନେଲେ OERC ମେମ୍ବର ସୁଶାନ୍ତ କୁମାର ରାୟ ମହାପାତ୍ର
ଶପଥ ନେଲେ OERC ମେମ୍ବର ସୁଶାନ୍ତ କୁମାର ରାୟ ମହାପାତ୍ର
ଏହି ଅବସରରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ଓଇଆର୍ସିର ମେମ୍ବର ଗଜେନ୍ଦ୍ର ମହାପାତ୍ର, ସଚିବ ପ୍ରିୟବ୍ରତ ପଟ୍ଟନାୟକ, ସ୍ବତନ୍ତ୍ର ସଚିବ ସୁରଥ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଦାଇତ୍ବ ସୂଚାରୁ ରୂପେ ତୁଲାଇବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ମେମ୍ବର ଭାବେ ସୁଶାନ୍ତ କୁମାର ରାୟ ମହାପାତ୍ର ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ