ଓଡିଶା

odisha

ETV Bharat / city

ଦୌଡରାଣୀ ଦୂତୀଙ୍କୁ ଆଉ ଏକ ସମ୍ମାନ - ବ୍ରାଣ୍ଡ ଆମ୍ବାସାଡାର ରହିଛନ୍ତି ଦୂତୀ

ଦୌଡ଼ ରାଣୀ ଦୂତୀ ଚାନ୍ଦଙ୍କୁ ଆଉ ଏକ ସଫଳତା । ପ୍ରତିଷ୍ଠିତ ସ୍ପୋର୍ଟସ ବ୍ରାଣ୍ଡ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ରହିଛନ୍ତି ଦୂତୀ ।

ଫାଇଲ ଫଟୋ

By

Published : Oct 14, 2019, 9:22 PM IST

ଭୁବନେଶ୍ବର: ଦୌଡ଼ରାଣୀ ଦୂତୀ ଚାନ୍ଦ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ସଫଳତା ସାଉଁଟୁ ଥିବା ବେଳେ ଏବେ ପରଦାରେ ବି ନଜର ଆସିବେ । ଏକ ପ୍ରତିଷ୍ଠିତ ସ୍ପୋର୍ଟସ ବ୍ରାଣ୍ଡ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ରହିସାରିଛନ୍ତି ଦୂତୀ।

ଓଡ଼ିଶାର ପ୍ରଥମ ଖେଳାଳି ଭାବେ ଦୂତୀ ଏହି କମ୍ପାନୀକୁ ପ୍ରମୋଟ କରିଛନ୍ତି । ବିଶ୍ବ ବିଜେତା ମୁଷ୍ଟି ଯୋଦ୍ଧା ମେରି କମଙ୍କ ସହ ଆଗାମୀ ବିଜ୍ଞାପନରେ ଦୂତୀ ନଜର ଆସିବେ । ଏହାର ଏକ ପ୍ରୋମୋ ଭିଡିଓ ଆସିବା ପରେ ଚାଲିଛି ଜୋରଦାର ଚର୍ଚ୍ଚା । ତେବେ ଏଥିରେ ବଲିଉଡର ଅଭିନେତ୍ରୀ ସାରା ଅଲ୍ଲୀ ଖାନ ବି ନଜର ଆସୁଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details