ଓଡିଶା

odisha

By

Published : Nov 19, 2021, 5:28 PM IST

Updated : Nov 19, 2021, 11:00 PM IST

ETV Bharat / city

ଦେଶର ଦ୍ବିତୀୟ ସର୍ବଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହେଲା ଗାଙ୍ଗପୁର ଥାନା

ସମ୍ମାନିତ ହେଲା ଗଞ୍ଜାମର ଗାଙ୍ଗପୁର ଥାନା । ଦେଶର ୨ୟ ସର୍ବଶ୍ରେଷ୍ଠ ଥାନା ଭାବେ ଗଞ୍ଜାମର ଗାଙ୍ଗପୁର ଥାନାକୁ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ

Ganjam district Gangpur police station
ଦେଶର ୨ୟ ସର୍ବଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହେଲା ଗାଙ୍ଗପୁର ଥାନା

ଭୁବନେଶ୍ବର: ସମ୍ମାନିତ ହେଲା ଗଞ୍ଜାମର ଗାଙ୍ଗପୁର ଥାନା । ଦେଶର ୨ୟ ସର୍ବଶ୍ରେଷ୍ଠ ଥାନା ଭାବେ ସମ୍ମାନିତ ହୋଇଛି । ଏନେଇ କେନ୍ଦ୍ରୀୟ ଗୃହମନ୍ତ୍ରଣାଳୟ ଦ୍ବାରା ଗାଙ୍ଗପୁର ଥାନାକୁ ସମ୍ମାନିତ କରାଯାଇଛି ।

ଦେଶର ଦ୍ବିତୀୟ ସର୍ବଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହେଲା ଗାଙ୍ଗପୁର ଥାନା


ଲକ୍ଷ୍ନୌରେ ଆୟୋଜିତ ଡିଜି ଓ ଆଇଜି ସମ୍ମିଳନୀରେ ସମ୍ମାନ ପ୍ରଦାନ କରାଯାଇଛି । ଥାନାଧିକାରୀ ଡିକେ ଦାସଙ୍କୁ ଏନେଇ ସମ୍ମାନପତ୍ର ପ୍ରଦାନ କରାଯାଇଛି । ତେବେ ଏହି ଅବସରରେ ପୋଲିସ ଡିଜି ଉପସ୍ଥିତ ଥିବାରୁ ନିଜକୁ ଗୌରବ ମଣିଛନ୍ତି ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ; ରାଜ୍ୟକୁ ଗୌରବ: ଦେଶର ସର୍ବଶ୍ରେଷ୍ଠ 3 ଥାନାରେ ସାମିଲ ଗଞ୍ଜାମ 'ଗାଙ୍ଗପୁର ଥାନା'

ଦେଶର ଦ୍ବିତୀୟ ସର୍ବଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହେଲା ଗାଙ୍ଗପୁର ଥାନା

୪୯ ଟି ପାରାମିଟରକୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଥିଲା । ଯେଉଁଥିରେ ଜୁଆ ଆଡ୍ଡା ଓ ଜୁଆଡି କେସ ,ଅବକାରୀ ସଂକ୍ରାନ୍ତିୟ ରେଡ ,ଅପମୃତ୍ୟ ମାମଲା ରିପୋର୍ଟ,କେସ କ୍ଲୋଜ, ଆର୍ମସ ଏବଂ ପାସପୋର୍ଟ ଭେରିଫିକେସନ ସହ ସିସିଟିଏନଏସରେ ରେକର୍ଡ ମେଣ୍ଟେନ ସମସ୍ତ ଦିଗରେ ଭଲ ପ୍ରଦର୍ଶନ କରିଥିଲେ। ତା ସହିତ ଥାନାରେ ମହିଳା ଶିଶୁ ଡେସ୍କ ଓ ସହ ପିଲାଙ୍କ ପାଇଁ ଥାନାରେ ପାର୍କର ସୁବିଧା ଓ ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ସହ ଥାନାକୁ ଆସୁଥିବା ଲୋକଙ୍କୁ ପାନୀୟ ଜଳ ଆଦି ଯୋଗାଇବାରେ ଭଲ ବ୍ୟବସ୍ଥା କରିଥିଲେ ଥାନାଧିକାରୀ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

Last Updated : Nov 19, 2021, 11:00 PM IST

ABOUT THE AUTHOR

...view details