ଓଡିଶା

odisha

ETV Bharat / city

ରାଜ୍ୟର ପ୍ରଥମ ବିମାନ ରେସ୍ତୋରାଁ, ଛୁଟୁଛି ଖାଦ୍ୟପ୍ରେମୀଙ୍କ ସୁଅ - ବିମାନ ହୋଟେଲ

ରାଜଧାନୀର ପାହାଳ ରାସ୍ତା କଡରେ ଖୋଲିଛି ଏକ ଭିନ୍ନ ରେଷ୍ଟୁରାଣ୍ଟ । ଏହା ଯାହା ଲୋକଙ୍କୁ ବିମାନରେ ବସିବାର ନିଆରା ଅନୁଭୂତି ସହ ଯୋଗାଉଛି ଭଳିକି ଭଳି ସୁସ୍ବାଦୁ ଖାଦ୍ୟ । ଅଧିକ ପଢନ୍ତୁ...

ରାଜ୍ୟର ପ୍ରଥମ ଏରୋପ୍ଲେନ ରେଷ୍ଟୁରାଣ୍ଟ, ଛୁଟୁଛି ଖାଦ୍ୟପ୍ରେମୀଙ୍କ ସୁଅ
ରାଜ୍ୟର ପ୍ରଥମ ଏରୋପ୍ଲେନ ରେଷ୍ଟୁରାଣ୍ଟ, ଛୁଟୁଛି ଖାଦ୍ୟପ୍ରେମୀଙ୍କ ସୁଅ

By

Published : Apr 14, 2021, 7:45 PM IST

Updated : Apr 15, 2021, 7:18 AM IST

ଭୁବନେଶ୍ବର: ବିମାନରେ ବସିବାର ଇଚ୍ଛା କାହାର ବା ନଥାଏ । ଛୋଟବେଳେ ଆକାଶରେ ବିମାନ ଉଡ଼ିବା ଦେଖି ସଭିଁଙ୍କ ମନରେ ସୃଷ୍ଟି ହୋଇଥାଏ ଏହି ଇଚ୍ଛା । କିନ୍ତୁ ସମସ୍ତଙ୍କର ଆର୍ଥିକ ଅବସ୍ଥା ସମାନ ନଥିବାରୁ ଏହି ଇଚ୍ଛା କିଛି ଲୋକଙ୍କ ପାଇଁ ପାଲଟିଯାଏ ସ୍ବପ୍ନ । ତେବେ ଲୋକଙ୍କୁ ବିମାନରେ ବସିବା ଭଳି ଅନୁଭୂତି ଦେବାକୁ ଭୁବନେଶ୍ବର ପାହାଳ ପାଖରେ ଖୋଲିଛି ଏକ ନିଆରା ରେଷ୍ଟୁରାଣ୍ଟ । ଯାହା ରାଜଧାନିବାସୀଙ୍କୁ ଦେଉଛି ବିମାନରେ ବସିବାର ମଜା ସହ ସୁସ୍ବାଦୁ ଖାଇବାର ଆନନ୍ଦ।

ରାଜ୍ୟର ପ୍ରଥମ ବିମାନ ରେସ୍ତୋରାଁ, ଛୁଟୁଛି ଖାଦ୍ୟପ୍ରେମୀଙ୍କ ସୁଅ

ଏହି ବିମାନ ରେଷ୍ଟୁରାଣ୍ଟ 'କ୍ୱିନ୍ ଏୟାର ୱେଜ୍‌'ଟି ରାଜଧାନୀର ପାହାଳ ରାସ୍ତା କଡରେ ରହିଛି । ଯାହା ସମ୍ପୂର୍ଣ୍ଣ ବିମାନ ଡିଜାଇନରେ ତିଆରି ହୋଇଛି ‌। ଯେଉଁଠି ଖାଇବା ପରଷୁଛନ୍ତି ବିମାନ କ୍ରିଉ ମେମ୍ବର। ବିମାନ ପରି ଦିଶୁଥିବା ଏହି ରେଷ୍ଟୁରାଣ୍ଟରେ କେବଳ ଟେବଲ କି ଚେୟାର ମନ ଜିଣୁନାହିଁ, ବରଂ ପୂରା ପରିବେଶ ଏଠି ଦେଖିଲା ଭଳି ହୋଇଛି । ବିମାନ ଭଳି ଦେଖା ଯାଉଥିବା ଏହି ରେଷ୍ଟୁରାଣ୍ଟରରେ ଗ୍ରାହକଙ୍କ ମାନଙ୍କ ଚାହିଦା ଦେଖି ଏଠି ସମସ୍ତ ପ୍ରକାର ଖାଇବା ମିଳୁଛି । ଏଠାରେ ଏକକାଳୀନ ୨୦ଜଣ ଗ୍ରାହକ ଖାଇବାର ସୁବିଧା ରହିଛି ।

ତେବେ ଏଠାରେ ସୁଲଭ ମୂଲ୍ୟରେ ସୁଆଦିଆ ଖାଦ୍ୟ ସହିତ ଶୀତତାପ ନିୟନ୍ତ୍ରିତ ପରିବେଶ ଓ ବିଭିନ୍ନ ଅତ୍ୟାଧୁନିକ ସୁବିଧା ରହିଛି । ଏହି ଅଭିନବ ରେଷ୍ଟୁରାଣ୍ଟରେ ୩ ଜଣ ଦକ୍ଷ ରୋଷେୟା ରହିଛନ୍ତି । ଆଉ ଗ୍ରାହକଙ୍କୁ କ୍ରୁ ମେମ୍ବରମାନେ ଖାଦ୍ୟ ପରଷୁଛନ୍ତି । ସବୁଠାରୁ ବଡ କଥା ହେଲା ସୀମିତ ଖର୍ଚ୍ଚରେ ଗ୍ରାହକଙ୍କୁ ଫ୍ଲାଇଟ୍‌ର ନିଆରା ଅନୁଭୂତି ସହିତ ମନଭରି ସୁଆଦିଆ ଖାଇବା ଓ ସୁସଂଜିତ ଖାଇବା ଟେବୁଲ ରାଜଧାନୀବାସୀଙ୍କୁ ବେଶ ଆକର୍ଷଣ କରିଛି । ତେଣୁ ଖାଇବା ସହ ଆର୍ଟିଫିସିଆଲ ବିମାନର ମଜା ନେଉଛନ୍ତି ରାଜଧାନୀବାସୀ ।

ଅନ୍ୟପଟେ ଖାଦ୍ୟର ମୂଲ୍ୟ ମଧ୍ୟ ଅପେକ୍ଷାକୃତ କମ୍ ରଖାଯାଇଛି । ଆଞ୍ଚଳିକ ଖାଇବା ସହ ରାଜସ୍ଥାନୀ, ହାଇଦ୍ରାବାଦୀ, ପଞ୍ଜାବୀ, ବେଙ୍ଗଲି ଆଦି 7 ଦିନରେ ଭିନ୍ନ ଭିନ୍ନ ମେନୁ ରହିଛି । ତେବେ ସବୁଠାରୁ ଅଧିକ ଆକର୍ଷଣୀୟ ହେଉଛି ଏହାର ପରିବେଶ । ବିମାନ ଭଳି ଅନୁଭୂତି ଦେବାକୁ ସମସ୍ତ ପ୍ରକାର ପ୍ରୟାସ କରାଯାଇଛି । ଛାତ, କାନ୍ଥ ଏବଂ ଝରକା ସବୁଠି ବିମାନ ଡିଜାଇନର ସ୍ପର୍ଶ । ଖାଇସାରିବା ପରେ ବିମାନ ସହିତ ଏଇଠି ଫଟୋ କିଛି ଉଠାଇବାର ମୋହ ମଧ୍ୟ ସାଜିଛି ନିଆରା ଆକର୍ଷଣ ।

ରାଜଧାନୀରେ ଅନେକ ହୋଟେଲ ଓ ରେଷ୍ଟୁରାଣ୍ଟ ରହିଥିବା ବେଳେ ନୂଆ କିଛି କରିବାର ଇଚ୍ଛା ଓ ନିଆରା ଡିଜାଇନର ଚାହିଦାକୁ ନେଇ ଏଭଳି ଏକ ହୋଟେଲ କରିଥିବା କହିଛନ୍ତି ରେଷ୍ଟୁରାଣ୍ଟର ଡିରେକଟର ସ୍ମୃତି ରଞ୍ଜନ ମହାନ୍ତି । ଭୁବନେଶ୍ଵର ହୋଟେଲ ମ୍ୟାନଜମେଣ୍ଟ ପକ୍ଷରୁ ଏହି ନିଆରା ପରିକଳ୍ପନା କରାଯାଇଥିବା ବେଳେ ଅନୁଷ୍ଠାନର ଛତ୍ରଛାତ୍ରୀ ମଧ୍ୟ ସ୍ବାବଲମ୍ବୀ ହେବା ସହ ନିଆରା ଭାବେ ଖାଦ୍ୟ ପରଷି ଆନନ୍ଦିତ ହେଉଥିବା ଦେଖବାକୁ ମିଳିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Apr 15, 2021, 7:18 AM IST

ABOUT THE AUTHOR

...view details