ଓଡିଶା

odisha

ETV Bharat / city

ଲୁଚକାଳି ଖେଳୁଛି ମୌସୁମୀ, 15 ଜିଲ୍ଲାରେ ନିଅଣ୍ଟିଆ ବର୍ଷା - ମୌସୁମୀ ସ୍ଥିତି

ରାଜ୍ୟରେ ଲୁଚକାଳି ଖେଳୁଛି ମୌସୁମୀ । 15 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ବାକି 15 ଜିଲ୍ଲାରେ ବର୍ଷାର ପରିମାଣ ସ୍ବାଭାବିକ ରହିଛି । ଅଧିକ ପଢନ୍ତୁ...

ଲୁଚକାଳି ଖେଳୁଛି ମୌସୁମୀ, 15 ଜିଲ୍ଲାରେ ନିଅଣ୍ଟିଆ ବର୍ଷା
ଲୁଚକାଳି ଖେଳୁଛି ମୌସୁମୀ, 15 ଜିଲ୍ଲାରେ ନିଅଣ୍ଟିଆ ବର୍ଷା

By

Published : Jul 7, 2021, 7:16 PM IST

ଭୁବନେଶ୍ବର:ରାଜ୍ୟରେ ନୈରାଶ୍ୟ ଜନକ ରହିଛି ମୌସୁମୀ । ବର୍ଷା ପରିମାଣ କମିବା ଯୋଗୁଁ ହତାଶ ଚାଷୀ । ଗତ ଜୁନ 1 ତାରିଖରୁ 7 ଜୁଲାଇ ଯାଏଁ ଓଡିଶାରେ 224.4 ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷା ଠାରୁ ୨୨ % କମ୍ । ପାଣିପାଗ ବିଭାଗ ଏ ସମ୍ପର୍କରେ ସୂଚନା ଦେଇଛି ।



୧ ଜୁନ ରୁ ୭ ଜୁଲାଇ ମଧ୍ୟରେ ୧୫ ଜିଲ୍ଲା ରାୟଗଡା, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, ନବରଙ୍ଗପୁର, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଦେବଗଡ଼, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଅନୁଭୂତ ହୋଇଛି । ଯାହା ସ୍ୱାଭାବିକ ବର୍ଷା ଠାରୁ ୨୦ ରୁ ୫୯ % ଯାଏଁ କମ୍ ରହିଛି । ଅବଶିଷ୍ଟ ୧୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।

ଏହି ସମୟ ମଧ୍ୟରେ କେବଳ କୋରାପୁଟ ଜିଲ୍ଲାରେ ସର୍ବାଧିକ ୩୨୯.୨ ମିମି ବର୍ଷା ହୋଇଛି । ଯାହା ସ୍ବାଭାବିକ ବର୍ଷା ଠାରୁ 16% ଅଧିକ ଏବଂ ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ 119.3 ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ବାଭାବିକ ବର୍ଷା ଠାରୁ 55% କମ୍ । ଆଜି ସୁଦ୍ଧା ଭଦ୍ରକ ଜିଲ୍ଲାରେ 55%, ଗଜପତିରେ 50%, ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାରେ 46%, ଗଞ୍ଜାମ ଜିଲ୍ଲାରେ 40% କମ୍ ବର୍ଷା ରେକର୍ଡ କରାଯାଇଛି । ଏଯାବତ୍ ଭୁବନେଶ୍ବରରେ 376.3 ମିମି ବର୍ଷା ରେକର୍ଡ ହୋଇଛି ।

ଗତ 24 ଘଣ୍ଟାରେ ଓଡିଶାରେ 2.0 ମିମି ବର୍ଷା ରେକର୍ଡ କରାଯାଇଛି । ଏହା ସ୍ବାଭାବିକ ବର୍ଷା 11.2 ମିମି ଠାରୁ 82% କମ୍ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details