ଭୁବନେଶ୍ବର: ବିଗତ 12 ବର୍ଷ ମଧ୍ୟରେ ରାଜ୍ୟ ସରକାର 31ଟି ନୂଆ ଯୋଜନା ଲାଗୁ କରିଛନ୍ତି । ବିଧାନସଭାରେ ଆଜି ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏନେଇ ସୂଚନା ଦେଇଛନ୍ତି ।
ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ରାଜ୍ୟ ସରକାର 2010 ରୁ 2022 ମଧ୍ୟରେ 31 ଗୋଟି ନୂଆ ଯୋଜନା ଲାଗୁ କରିଛନ୍ତି । 2019 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ 2017 ଓ 2018 ମସିହାରେ ସର୍ବାଧିକ 16 ଟି ଯୋଜନା ଲାଗୁ କରିଛନ୍ତି ରାଜ୍ୟ ସରକାର ।