ଓଡିଶା

odisha

ETV Bharat / city

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି: ଜନ୍ତରମନ୍ତରରେ ଓଡିଶା ଯୁବ ଛାତ୍ର ସଂଗଠନର ଆନ୍ଦୋଳନ - ଜନ୍ତରମନ୍ତରରେ ଓଡ଼ିଶା ଯୁବ ଛାତ୍ର ସଂଗଠନର ଆନ୍ଦୋଳନ

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି । ଆନ୍ଦୋଳନ ପଲ୍ଲୀରୁ ଯାଇ ଦିଲ୍ଲୀରେ ପହଁଚିଲା । ସୋମବାର ନୂଆଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ କରିଛି ଓଡ଼ିଶା ଯୁବ ଛାତ୍ର ସଂଗଠନ । ଅଧିକ ପଢନ୍ତୁ

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦାବି: ଜନ୍ତରମନ୍ତରରେ ଓଡ଼ିଶା ଯୁବ ଛାତ୍ର ସଂଗଠନର ଆନ୍ଦୋଳନ
ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦାବି: ଜନ୍ତରମନ୍ତରରେ ଓଡ଼ିଶା ଯୁବ ଛାତ୍ର ସଂଗଠନର ଆନ୍ଦୋଳନ

By

Published : Dec 20, 2021, 10:47 PM IST

ଭୁବନେଶ୍ବର :ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି । ଆନ୍ଦୋଳନ ପଲ୍ଲୀରୁ ଯାଇ ଦିଲ୍ଲୀରେ ପହଁଚିଲା । ଆଜି(ସୋମବାର) ନୂଆଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ କରିଛି ଓଡ଼ିଶା ଯୁବ ଛାତ୍ର ସଂଗଠନ । ଓଡ଼ିଶା ଯୁବ ଛାତ୍ର ସଂଗଠନ ପ୍ରତିଷ୍ଠାତା ଆଶିଷ ରଂଜନ ମିଶ୍ରଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କରାଯାଇଛି । ମାର୍ଚ୍ଚ ୨୯ ତାରିଖ ୧୮୧୭ମସିହାରେ ଇଂରେଜ ମାନଙ୍କ ଅନ୍ୟାୟ, ଅତ୍ୟାଚାର ଏବଂ ଆର୍ଥିକଶୋଷଣ ବିରୋଧରେ ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁଙ୍କ ସମେତ ସମସ୍ତ ଓଡ଼ିଆ ପାଇକ ବୀରପୁତ୍ର ମାନେ ସଂଗ୍ରାମ କରିଥିଲେ । ପାଇକ ବିଦ୍ରୋହ ଦ୍ବାରା ହିଁ ଇଂରେଜ ମାନଙ୍କ ବିରୋଧରେ ଦେଶରେ ସ୍ବାଧିନତା ସଂଗ୍ରାମର ଅୟମାରମ୍ଭ ହୋଇଥିଲା ।

୨୦୧୭ ମସିହାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ମାନ୍ୟତା ପ୍ରଦାନ କରିଥିଲେ । କିନ୍ତୁ ବର୍ତ୍ତମାନ ମଧ୍ୟ ଭାରତର କିଛି ରାଜ୍ୟରେ ଆଗାମୀ ଦିନରେ ନିର୍ବାଚନ ଥିବାରୁ ୧୮୫୭ର ସିପାହୀ ବିଦ୍ରୋହକୁ ପ୍ରାଧାନ୍ୟ ଦେବାକୁ ଯାଇ ପ୍ରଥମ ସ୍ବାଧୀନତାର ମାନ୍ୟତା ଦେଇ କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ଗୌଣ କରିବାକୁ ଅପଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଅବିସ୍ମରଣୀୟ ପାଇକ ବିଦ୍ରୋହ ହେଉଛି ଓଡ଼ିଆ ଜାତିର ଅସ୍ମିତା,ବୀରତ୍ବର ସ୍ମୂତିସ୍ତମ୍ଭ ।

ତେଣୁ ପାଇକ ବିଦ୍ରୋହକୁ କେନ୍ଦ୍ର ସରକାର ଅଣଦେଖା କରି ଓଡ଼ିଆଙ୍କ ଭାବାବେଗ ସହିତ ଖେଳିବା ବନ୍ଦ କରନ୍ତୁ । କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନର ପ୍ରତିଶୃତିକୁ ପୂରଣ କଲେ ହିଁ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିବା ସମସ୍ତ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ଏଥିରୁ ବିଚ୍ୟୁତ ହେଲେ ଦିଲ୍ଲୀ ଦରବାରରେ ଓଡ଼ିଆ ଜାତିର ଏହି ଆନ୍ଦୋଳନ ଆହୁରି ତିବ୍ରତର ହେବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details