ଭୁବନେଶ୍ବର:ପ୍ରେମିକା ସ୍ବପ୍ନକୁ ଚୁର କରିଦେଲା ପ୍ରେମିକ । କଥାରେ ଫସାଇ ଧୋକା ଦେଇ ଲୁଟିଲା ସର୍ବସ୍ବ । ସୁନାଗହଣା ସହ ଟଙ୍କା ନେଇ ମାରିଲା ଚମ୍ପଟ । ଶେଷରେ CBI ଅଫିସର ପ୍ରେମିକାର ସ୍ବପ୍ନ ଦେଖିଥିବା ଯୁବତୀର ସ୍ବପ୍ନ ହେଲା ଧୂଳିସାତ। ଠକେଇର ଶିକାର ସହିଦନଗର ତେଲୁଗୁ ବସ୍ତିର ଶିକ୍ଷିତ ଯୁବତୀ । ଥାନାରେ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଛି ତଦନ୍ତ।
ସୂଚନାଅନୁଯାୟୀ ସହିଦନଗର ତେଲୁଗୁ ବସ୍ତିର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଅଭିଯୁକ୍ତ ପଦ୍ମନାଭ ଚୌଧୁରୀ ନାମକ ଯୁବକ। ପ୍ରେମିକାକୁ ସିବିଆଇ ପରୀକ୍ଷା ଲିଖିତ ପରୀକ୍ଷା ପାସ କରିଥିବା ବେଳେ ଖୁବଶୀଘ୍ର ସରିବାର ଥିଲା ମୋଖିକ ପରୀକ୍ଷା । ଏହା ପରେ ସିବିଆଇ ଅଫିସର ହୋଇଗଲେ ପ୍ରେମିକାକୁ କରିବେ ବିବାହ । ସ୍ବପ୍ନ ଦେଖାଇଥିଲେ ବୁଲିବେ ସହରରରୁ ସହର । କେବଳ ସିବିଆଇ ଅଫିସର ହୋଇଗଲେ ପ୍ରେମିକ ମଉଜ କରିବେ ପ୍ରେମିକା । ଏସବୁ ଭିତରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ଯୁବତୀ ଶେଷରେ ଫସିଗଲେ ଯୁବକର ପ୍ରେମରେ । ପ୍ରଥମେ ଧାର ହିସାବରେ ଯୁବକ ଜଣକ ପ୍ରେମିକାଠୁ ଟଙ୍କା ନେଇ ଫେରାଇ ଦେଉଥିଲେ।