ଭୁବନେଶ୍ବର:ଧୂଆଁହୀନ ତମାଖୁ ସେବନରେ ଶୀର୍ଷରେ ଓଡିଶା ମହିଳା । ରାଜ୍ୟରେ ଅଧିକାଂଶ ମହିଳା ଅଧିକ ଧୂଆଁହୀନ ତମାଖୁ ସେବନ କରୁଛନ୍ତି। ଜାତୀୟ ହାର ଠାରୁ ରାଜ୍ୟରେ ଏସଏଲଟିର ବ୍ୟବହାର 4 ଗୁଣ ଅଧିକ।
ଅଧ୍ୟୟନରୁ ମିଳିଥିବା ତଥ୍ୟ ଅନୁସାରେ ଝାଡଖଣ୍ଡ, ଓଡିଶା ଏବଂ ପଶ୍ଚିମବଙ୍ଗରେ ଧୂଆଁହୀନ ତମାଖୁ ସେବନ ବ୍ୟବହାରକାରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ଦେଶରେ ମହିଳାମାନଙ୍କ ମଧ୍ୟରେ ଧୂମ୍ରହୀନ ତମାଖୁ (ଏସଏଲଟି) ବ୍ୟବହାରରେ ସାମାନ୍ୟ ହ୍ରାସ ଘଟିଛି। ଓଡିଶା ଜାତୀୟ ହାରରେ ଅତି କମରେ ଚାରି ଗୁଣ ରେକର୍ଡ କରିଛି। ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ 1 ଏବଂ 2 ର ଆଧାରରେ ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଦେଶରେ ମହିଳାମାନଙ୍କ କ୍ଷେତ୍ରରେ ଧୂଆଁହୀନ ତମାଖୁ ବା ଏସଏଲଟିର ବ୍ୟବହାର ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଓଡିଶାରେ ଏହା ବଢିଛି । ଖାଲି ଏତିକି ନୁହେଁ ରାଜ୍ୟରେ ଯେତିକି ସଂଖ୍ୟକ ମହିଳା ଏସଏଲଟି ବ୍ୟବହାର କରୁଛନ୍ତି ତାହା ଜାତୀୟ ହାରଠାରୁ 4ଗୁଣା ଅଧିକ।
ଏନେଇ ଆରଏମଆରସି ପକ୍ଷରୁ ହୋଇଥିବା ଗବେଷଣାରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ମହିଳାଙ୍କ କ୍ଷେତ୍ରରେ ଏହି ଏସଏଲଟିକୁ ହ୍ରାସ କରିବାକୁ ହେଲେ ଅଧିକରୁ ଅଧିକ ସଚେତନତାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି। ଗତ ସାତ ବର୍ଷ ମଧ୍ୟରେ ସାରା ଦେଶରେ ଏସଏଲଟିର ପ୍ରାଦୁର୍ଭାବ 35.49 ପ୍ରତିଶତ ରୁ 56.53 ପ୍ରତିଶତ କୁ ବୃଦ୍ଧି ପାଇଛି।