ଓଡିଶା

odisha

By

Published : Nov 22, 2019, 10:37 PM IST

ETV Bharat / city

ଗୃହ ବିଭାଗ ଖର୍ଚ୍ଚ ଦାବି ପ୍ରସଙ୍ଗ: ସୋମବାର ଯାଏଁ ଗୃହ ମୁଲତବୀ

ବିଧାନସଭାରେ ଶୁକ୍ରବାର ଗୃହ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ନେଇ ଆଲୋଚନା ହୋଇଛି । ତେବେ ଆସନ୍ତା ସୋମବାର ଯାଏଁ ବାଚସ୍ପତି ଗୃହ ମୁଲତବୀ କରିଥିବାବେଳେ ଅତିରିକ୍ତ ବଜେଟ ଉପରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବାର କାର୍ଯ୍ୟକ୍ରମ ରହିଛି ।

ଫାଇଲ ଫଟୋ

ଭୁବନେଶ୍ବର: ବିଧାନସଭାରେ ଶୁକ୍ରବାର ଗୃହ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ନେଇ ଆଲୋଚନା ହୋଇଛି । ଗୃହ ବିଭାଗର ମୋଟ 255 କୋଟି 90 ଲକ୍ଷ 87 ହଜାର ଟଙ୍କାର ଅତିରିକ୍ତ ବ୍ୟୟ ବରାଦ କରାଯାଇଛି । ସେଥିମଧ୍ୟରୁ ପ୍ରଶାସନିକ ବ୍ୟୟ ବାବଦକୁ 57 କୋଟି 47 ଲକ୍ଷ 32 ହଜାର ଟଙ୍କା ରହିଥିବା ବେଳେ କାର୍ଯ୍ୟକ୍ରମ ପାଇଁ ବ୍ୟୟ ହେବ 198 କୋଟି 44 ଲକ୍ଷ55 ହଜାର ।

ସେହିପରି ସାଧାରଣ ପ୍ରଶାସନ ବିଭାଗର ପକ୍ଷରୁ ସମୁଦାୟ 14 କୋଟି 32 ଲକ୍ଷ 44 ହଜାର ଟଙ୍କାର ଅତିରିକ୍ତ ବ୍ୟୟ ବରାଦ କରାଯାଇଛି । କାର୍ଯ୍ୟକ୍ରମ ବ୍ୟୟ ବାବଦକୁ 11 କୋଟି 11 ଲକ୍ଷ 19 ହଜାର ଟଙ୍କା ରହିଥିବା ବେଳେ ପ୍ରଶାସନିକ ବ୍ୟୟ ବାବଦକୁ 3 କୋଟି 21 ଲକ୍ଷ 25 ହଜାର ଟଙ୍କା ରହିଛି । ଏଥିସହ ବାକି 38ଟି ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବିକୁ ଗିଲୋଟିନ ଜରିଆରେ ପାରିତ କରାଯାଇଛି । ତେବେ ଆସନ୍ତା ସୋମବାର ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି । ସୋମବାର ଅତିରିକ୍ତ ବଜେଟ ଉପରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ସମୟରେ ବୟାନ ଦେଇଛନ୍ତି । ରାଜ୍ୟବାସୀ ଧନ ଜୀବନକୁ ଅସୁରକ୍ଷିତ ମନେ କଲେ କଣ ରାଜ୍ୟ ବିକାଶରେ ଯୋଗଦାନ କରିପାରିବେ କି ? ଅସୁରକ୍ଷିତ ମାନସିକତାରେ ସାମଗ୍ରିକ ଯୋଜନାର ବିକାଶ ହେବ ନାହିଁ । ତେବେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ସମୀକ୍ଷା କରିଛନ୍ତି କି ?

ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କେଉଁ ବ୍ଲକକୁ ଯିବେ ଚାଲନ୍ତୁ ପିସି ଦେଖେଇବି, 5'ଟି' କୁ ମଧ୍ୟ ପଠାନ୍ତୁ । ବିଜୁ ବାବୁ ସାଇକେଲରେ ବିନା ପୋଲିସରେ ଯାଉଥିଲେ । ଏବେ ମୁଖ୍ୟମନ୍ତ୍ରୀ କେତେ ପୋଲିସ ହେଲେ ଯାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ।

ଏକଛତ୍ରବାଦୀ ଶାସକ ଥିଲେ ଲମ୍ବା ଶାସନ ଚାଲେ । ଗଣତନ୍ତ୍ର ଥିଲେ ଲମ୍ବା ଶାସନ ଚାଲିପାରେ ନାହିଁ । ଓଡ଼ିଶାରେ ଗଣତନ୍ତ୍ର ଶାସନ ନାହିଁ । ଅନେକ ସାଧାରଣ ପ୍ରଶ୍ନର ଉତ୍ତର ତଥ୍ୟ ସଂଗ୍ରହରେ ଆସୁଛି । ତାହେଲେ ଏହା କଣ 5ଟି ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ଏତେ ପାରିବା ସରକାର, ଏତେ ଦକ୍ଷ ଅଫିସର ଅଛନ୍ତି, ଉତ୍ତର କାହିଁକି ଆସୁନାହିଁ ବୋଲି ପଚାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୈତିକ ଅଧିକାର ଅଛି କି ? ମୁଖ୍ୟମନ୍ତ୍ରୀ ତ ଗୃହରେ ନାହାନ୍ତି... ଉତ୍ତର ଦେବ କିଏ ବୋଲି ଆକ୍ଷେପ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details