ଓଡିଶା

odisha

ETV Bharat / city

ହୌସଲା-2019: ଚେସ ପ୍ରତିଯୋଗିତା ବାଳକ ବିଭାଗରେ ଓଡିଶାକୁ ସ୍ବର୍ଣ୍ଣ - ହୌସଲା-2019

କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ହୌସଲା-2019 କାର୍ଯ୍ୟକ୍ରମର ପ୍ରଥମ ଦିନର ଚେସ ପ୍ରତିଯୋଗିତାରେ ଓଡିଶାକୁ ସ୍ବର୍ଣ୍ଣ । ଅଧିକ ପଢ଼ନ୍ତୁ...

odisha wins gold in housla-2019,  boys chess competition , Hausla-2019 program, Hausla 2019, women and child walfare department, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ହୌସଲା-2019, ଚେସ ବାଳକ ବିଭାଗରେ ଓଡିଶାକୁ ସ୍ବର୍ଣ୍ଣ
ହୌସଲା-2019: ଚେସ ବାଳକ ବିଭାଗରେ ଓଡିଶାକୁ ସ୍ବର୍ଣ୍ଣ

By

Published : Dec 19, 2019, 11:58 PM IST

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଆନୁକୂଲ୍ୟରେ ନୂଆଦିଲ୍ଲୀ ଠାରେ ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ହୋଇଛି ହୌସଲା-2019 । ଏହାର ପ୍ରଥମ ଦିନରେ ଚେସ୍ ପ୍ରତିଯୋଗିତାରେ ବାଳକ ବିଭାଗରେ ଓଡ଼ିଶାକୁ ମିଳିଛି ସ୍ବର୍ଣ୍ଣ ।

ବିଭିନ୍ନ ରାଜ୍ୟର ଶିଶୁ ଯନି ଗୃହରେ ରହୁଥିବା ଅନ୍ତେବାସୀମାନଙ୍କୁ ନେଇ ଜାତୀୟସ୍ତରରେ ଅନୁଷ୍ଠିତ କ୍ରୀଡ଼ା ପ୍ରତିଯୋଗିତା ହୌସଲା-2019 ଗୁରୁବାର ଠାରୁ ତିନିଦିନ ଧରି ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ଜନ ସହଯୋଗ ଏବଂ ବାଲବିକାଶ ସଂସ୍ଥାନଠାରେ ଆରମ୍ଭ ହୋଇଛି । ପ୍ରଥମ ଦିନରେ ବିଭିନ୍ନ ଇନ୍‌ଡୋର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ଅନୁଷ୍ଠିତ ଚେସ୍‌ ପ୍ରତିଯୋଗିତାରେ ବାଳକ ବିଭାଗରେ ଢେଙ୍କାନାଳ ଜିଲ୍ଲାର ଶିଶୁ ଯନି ଅନୁଷ୍ଠାନର ଅନ୍ତେବାସୀ ବିଷ୍ଣୁ ବେସ୍ରା 6 ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ବର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ତେଲେଙ୍ଗାନାର ଶିବ ରୌପ୍ୟ ଏବଂ ଛତିଶଗଡ଼ର ତାକେଶ୍ବର କାଂସ୍ୟ ପାଇଛନ୍ତି ।

ଶୁକ୍ରବାର ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବ । ପ୍ରକାଶ ଯେ ରାଜ୍ୟର ୨୪୮ଟି ଶିଶୁ ଯନି ଅନୁଷ୍ଠାନର ଅନ୍ତେବାସୀଙ୍କୁ ନେଇ ରାଜ୍ୟସ୍ତରୀୟ ହୌସଲା-2019 ଚଳିତ ଡିସେମ୍ବର 1 ଓ2ରେ ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରୁ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ବିବେଚିତ 39 ଜଣ ଅନ୍ତେବାସୀଙ୍କୁ ନେଇ ଏକ ଟିମ ଏହି ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଦିଲ୍ଲୀ ଯାଇଛନ୍ତି ।

ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଏହି ପ୍ରତିଯୋଗୀମାନଙ୍କୁ ଭାଗନେବା ଦିଗରେ ଆନୁଷଙ୍ଗିକ ସମସ୍ତ ସୁବିଧାସୁଯୋଗ ଯୋଗାଇଦେବା ସହ ସେମାନଙ୍କ ଦାୟିତ୍ବରେ ରାଜ୍ୟ ଶିଶୁ ସୁରକ୍ଷା ସମିତିର 6 ଜଣ ଅଧିକାରୀ ଦିଲ୍ଲୀ ଯାତ୍ରା କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details