ଓଡିଶା

odisha

ETV Bharat / city

STATE WEATHER UPDATE; ଏବେ ରାଜ୍ୟରେ ନାହିଁ ବର୍ଷାର ପ୍ରଭାବ - ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ଆସନ୍ତା 2 ରୁ 3 ଦିନ ପାଇଁ ଓଡିଶାରେ ବର୍ଷାର ବିଶେଷ ପ୍ରଭାବ ରହିବ ନାହିଁ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

STATE WEATHER UPDATE; ଏବେ ରାଜ୍ୟରେ ନାହିଁ ବର୍ଷାର ପ୍ରଭାବ
STATE WEATHER UPDATE; ଏବେ ରାଜ୍ୟରେ ନାହିଁ ବର୍ଷାର ପ୍ରଭାବ

By

Published : Sep 30, 2021, 10:28 AM IST

Updated : Sep 30, 2021, 7:58 PM IST

ଭୁବନେଶ୍ବର:ଆସନ୍ତା 2 ରୁ 3 ଦିନ ପାଇଁ ଓଡିଶାରେ ବର୍ଷାର ବିଶେଷ ପ୍ରଭାବ ରହିବ ନାହିଁ। ବୁଧବାର ଦୃଶ୍ୟମାନ ଲଘୁଚାପ କ୍ଷେତ୍ର ,ଗୁରୁବାର ଆଭ୍ୟନ୍ତରୀଣ ଅଞ୍ଚଳ ଆଡକୁ ଧୀରେ ଧୀରେ ଗତି କରିଛି। ଓଡିଶା ଉପରେ ବିଶେଷ ପ୍ରଭାବ ନାହିଁ। ଆଜି ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କୌଣସି ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି କରାଯାଇ ନାହିଁ।

STATE WEATHER UPDATE; ଏବେ ରାଜ୍ୟରେ ନାହିଁ ବର୍ଷାର ପ୍ରଭାବ

ଉତ୍ତର ପଶ୍ଚିମ ଝାଡଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ରଟି ସକ୍ରିୟ ରହିଛି । ଅନୁମାନ କରାଯାଉଛି ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଝାରସୁଗୁଡା, ବରଗଡ଼,ସୁନ୍ଦରଗଡରେ ମଧ୍ୟମ ଧରଣର ବର୍ଷା ହୋଇପାରେ । କିଛି ସ୍ଥାନରେ ବିଜୁଳି ,ଘଡଘଡି ସହ ବର୍ଷା ହୋଇପାରେ ବୋଲି ସମ୍ଭାବନା ରହିଛି । ଭୁବନେଶ୍ୱର ଆକାଶ ମେଘାଚ୍ଛନ୍ନ ରହିବା ସହ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Sep 30, 2021, 7:58 PM IST

ABOUT THE AUTHOR

...view details