ଭୁବନେଶ୍ବର:ବ୍ରାଉନସୁଗାର ବେପାରୀଙ୍କ ହବ୍ ଉପରେ STFର ଆଖି । ମୁର୍ଶିଦାବାଦରେ ଏଣ୍ଟ୍ରି ମାରିଲା ଓଡିଶା କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ। ବ୍ରାଉନସୁଗାର ନେଟୱାର୍କର ଓଡିଶା ସପ୍ଲାୟରଙ୍କ ପାଖରେ ପହଞ୍ଚିଛି ପୋଲିସ ।
ବ୍ରାଉନସୁଗାର ମାଫିଆଙ୍କ ଘରେ ରେଡ୍ କରିଛି ଓଡିଶା ପୋଲିସର କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ । ଆନ୍ତଃରାଜ୍ୟ ବ୍ରାଉନସୁଗାର ସପ୍ଲାଏ ଲିଙ୍କ୍ରେ ମୁର୍ଶିଦାବାଦ ଚମକପୁରରେ ରେଡ୍ । ଲାଲଗୋଲାର ବ୍ରାଉନସୁଗାର(brown sugar) ବ୍ୟବସାୟୀ ଇସ୍ମାଇଲ ଏସ କେଙ୍କ ଘରେ ରେଡ୍ ହୋଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗ ପୋଲିସ(West Bengal police) ସହ ରେଡ୍ ବେଳେ ଖସିଗଲା ଅଭିଯୁକ୍ତ। ମାତ୍ର ତା ଘରୁ ଜବତ ହୋଇଛି ୩୯ଲକ୍ଷ ଟଙ୍କାର ୩୯୦ଗ୍ରାମର ବ୍ରାଉନସୁଗାର ।
ଏହାମଧ୍ୟ ପଢନ୍ତୁ:ଦୂର ହେବ ପୋଲିସ ପରିବାରଙ୍କ ସମସ୍ୟା, ୫୦୪ କ୍ବାର୍ଟର ଭେଟି ଦେଲେ ମୁଖ୍ୟମନ୍ତ୍ରୀ