ଭୁବନେଶ୍ବର: ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି। ପଞ୍ଜାବରୁ ବିହାର ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ ରହିଛି ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବିଜୁଳି, ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଅନୁଗୋଳ, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ସେହିପରି ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ, କୋରାପୁଟ ଓ ରାୟଗଡା ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡଘଡି ବର୍ଷା ହେବାର ସମ୍ଭାବନା ଥିବାରୁ ଜୁନ ୧ ରୁ ୨୬ ଜୁନ ପର୍ଯ୍ୟନ୍ତ ୨୦ ପ୍ରତିଶତ ଅଧିକ ମୌସୁମୀ ବର୍ଷା ପ୍ରାୟ ସ୍ୱାଭାବିକ ହୋଇଛି।
ପ୍ରବଳ ବର୍ଷା ସମ୍ଭାବନା, 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି - ପ୍ରବଳ ବର୍ଷା
ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ..
୨୩ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ୩ ଜିଲ୍ଲାରେ ୬୦ ପ୍ରତିଶତ ରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଝାରସୁଗୁଡା, ନୂଆପଡା ଓ ସୁନ୍ଦରଗଡ଼ ଜିଲ୍ଲାରେ ୬୦ ପ୍ରତିଶତ ରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଅନ୍ୟ ୨୦ ଜିଲ୍ଲା ଗୁଡିକରେ ସ୍ୱାଭାବିକ ବର୍ଷା ହୋଇଛି, ଉପକୂଳ ୭ ଜିଲ୍ଲାରେ ବର୍ଷା କମ ପରିମାଣରେ ହୋଇଛି । କଟକ,ବାଲେଶ୍ୱର,କେନ୍ଦ୍ରାପଡା, ଯାଜପୁର,ପୁରୀ,ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲାରେ ବର୍ଷା କମ ରେକର୍ଡ ହୋଇଛି । ଭୁବନେଶ୍ୱର ଓ କଟକ ରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ। ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି।
ଗତ ୨୪ ଘଣ୍ଟା ଭିତରେ ମୟୁରଭଞ୍ଜ ଜିଲ୍ଲା ତିରିଙ୍ଗରେ ସର୍ବାଧିକ ୫୦.୬ ମିମି, କନ୍ଧମାଳ ଜିଲ୍ଲା ଫୁଲବାଣୀ ରେ ୩୬.୬ମିମି, ବରଗଡ଼ ଜିଲ୍ଲାର ଝାରବନ୍ଧରେ ୩୪.୦ମିମି, କୋରାପୁଟ ଜିଲ୍ଲାର ଲମତାପୁଟରେ ୨୮.୨ ମିମି ବର୍ଷା ରେକର୍ଡ କରାଯାଇଛି। ଗତ ୨,୩ ଦିନ ଭିତରେ ମୌସୁମୀ ଦୁର୍ବଳ ହେତୁ ବର୍ଷାର ପରିମାଣ କମିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ