ଓଡିଶା

odisha

ETV Bharat / city

ରାଜ୍ୟରେ ଜାରି ରହିବ ଝଡବର୍ଷା, 29ରୁ ଲଘୁଚାପ ଆଶଙ୍କା - ରାଜ୍ୟ ପାଣିପାଗ ଖବର

୨୯ତାରିଖରୁ ଲଘୁଚାପ ଆଶଙ୍କା । ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୩୦ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହ ଝଡ ବର୍ଷା ନେଇ ଅରେଞ୍ଜ ୱାର୍ନିଙ୍ଗ ଜାରି ହୋଇଛି ।

ରାଜ୍ୟରେ ଜାରି ରହିବ ଝଡବର୍ଷା, 29ରୁ ଲଘୁଚାପ ଆଶଙ୍କା
ରାଜ୍ୟରେ ଜାରି ରହିବ ଝଡବର୍ଷା, 29ରୁ ଲଘୁଚାପ ଆଶଙ୍କା

By

Published : Apr 25, 2020, 7:29 PM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହ ଝଡବର୍ଷା । ୨୯ ତାରିଖରୁ ଲଘୁଚାପ ଆଶଙ୍କା । ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୩୦ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତା' ସହିତ ସେହି ସ୍ଥାନରେ ପରବର୍ତ୍ତୀ ସମୟରେ ଘନୀଭୂତ ହେବାର ସମ୍ଭାବନା ମଧ୍ୟ ରହିଛି । ପରବର୍ତ୍ତୀ ୨୪ଘଣ୍ଟାରେ ଏହା ଅଧିକ ସକ୍ରିୟ ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହ ଝଡବର୍ଷା ନେଇ ଅରେଞ୍ଜ ୱାର୍ନିଙ୍ଗ ଜାରି ।

ରାଜ୍ୟରେ ଜାରି ରହିବ ଝଡବର୍ଷା, 29ରୁ ଲଘୁଚାପ ଆଶଙ୍କା

ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡିଶା ସମେତ ମୟୂରଭଞ୍ଜ, ରାୟଗଡା, କୋରାପୁଟ, ସୁନ୍ଦରଗଡ, କେନ୍ଦୁଝର ଜିଲ୍ଲାର ଗୋଟିଏ 2ଟି ସ୍ଥାନରେ ଝଡବର୍ଷା ସହ ବିଜୁଳି ଘଡଘଡି ହେବ, ୫୦ ରୁ ୬୦ କିମି ବେଗରେ ପବନ ବହିବା ସହିତ ବଜ୍ରପାତର ସମ୍ଭାବନା ରହିଛି । ସୁନ୍ଦରଗଡ, ଦେଓଗଡ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ଗୋଟିଏ 2ଟି ସ୍ଥାନରେ କୁଆପଥର ପଡିବା ସହ ଝଡ ବର୍ଷା ହେବ ।

ରାଜ୍ୟରେ ଜାରି ରହିବ ଝଡବର୍ଷା

ସୁନ୍ଦରଗଡ, ଦେଓଗଡ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ,ରାୟଗଡା,ଗଜପତି, ପୁରୀ,କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ନିଙ୍ଗ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଗୁଡିକରେ ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ବର୍ଷା ହେବ ବୋଲି ୟେଲୋ ୱାର୍ନିଙ୍ଗ ଜାରି । ୨୭ ତାରିଖରେ ମଧ୍ୟ ଝଡ ବର୍ଷା ହେବ । ଅଧିକାଂଶ ସ୍ଥାନରେ କାଳବୈଶାଖୀ ହେବ ।

ଭୁବନେଶ୍ବରରେ ଆସନ୍ତା ୩ ଦିନ ପାଇଁ କାଳବୈଶାଖୀ ବର୍ଷା ହେବ । ଆଭ୍ୟନ୍ତରୀଣ ଓଡିଶାରେ ସ୍ବାଭାବିକ ଠାରୁ ୩ରୁ୪ ଡିଗ୍ରୀ କମ ରହିବ, ଉପକୂଳ ଓଡିଶାରେ ୨ ରୁ ୩ ଡିଗ୍ରୀ ସ୍ବାଭାବିକ ଠାରୁ କମ ରହିବ । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହୋଇଛି ।

ବୌଦ୍ଧ ଜିଲ୍ଲାର ହରଭଙ୍ଗାରେ ସର୍ବାଧିକ ୧୪୪ ମିମି ବର୍ଷା ରେକର୍ଡ କରାଯାଇଛି । ବାଲେଶ୍ବରରେ ୬୦ କିମି ପବନ ବହିଛି । ବଲାଙ୍ଗୀର ଜିଲ୍ଲାରେ କୁଆପଥର ବୃଷ୍ଟି ହୋଇଛି । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୪୧.୦ ଡିଗ୍ରୀ ରେକର୍ଡ କରାଯାଇଛି । ବିଶେଷକରି ପଶ୍ଚିମବଙ୍ଗ ଓ ଓଡିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details