ଭୁବନେଶ୍ବର: ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ରୁ ୩ ଡିଗ୍ରୀ ଖସିଲା ତାପମାତ୍ରା । ଆଗକୁ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ୩ ରୁ ୪ ଡିଗ୍ରୀ ତାପମାତ୍ରା ଖସିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆସନ୍ତା 24 ଘଣ୍ଟାରେ ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା ଆସନ୍ତା ୨୪ ଘଣ୍ଟା ଅର୍ଥାତ୍ ଶୁକ୍ରବାର ମଧ୍ୟରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଶନିବାର ଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ। ଦକ୍ଷିଣ ଜିଲ୍ଲା ଗୁଡିକରେ ତାପମାତ୍ରା ତଳକୁ ଖସିବ।
ଭୁବନେଶ୍ବର ଓ କଟକ ଟ୍ବିନସିଟିରେ ଆକାଶ ଆଂଶିକ ମେଘାଛନ୍ନ ରହିବ । ଭୁବନେଶ୍ବରରେ ତାପମାତ୍ରା ୧୯ ଡିଗ୍ରୀ ସେଲସିୟସ ରହିବ । ଗତ ୨୪ ଘଣ୍ଟା ଭିତରେ କୋରାପୁଟ, କନ୍ଧମାଳ, କଳାହାଣ୍ଡି, ସୋନପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ରେକର୍ଡ ହୋଇଛି ।
ଆସନ୍ତା 24 ଘଣ୍ଟାରେ ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା କୋରାପୁଟ ଜିଲ୍ଲା ବୋରିଗୁମାରେ ସର୍ବାଧିକ ୭.୮ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ରାୟଗଡାରେ ସର୍ବାଧିକ ୩୫.୧ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୧୫.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।
ଆସନ୍ତା 24 ଘଣ୍ଟାରେ ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ