ଓଡିଶା

odisha

ETV Bharat / city

୩ ଦିନ ଘନ କୁହୁଡ଼ି ପୂର୍ବାନୁମାନ, ୟେଲୋ ୱାର୍ଣ୍ଣିଂ ଜାରି - ଓଡ଼ିଶାରେ ଦେଖାଦେବ ଘନ କୁହୁଡ଼ି

ରାଜ୍ୟରେ କେତେକ ଜିଲ୍ଲାରେ ୩ ଦିନ ଧର ଘନ କୁହୁଡ଼ି ଲାଗି ରହିବ । ଏଥିପାଇଁ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

୩ ଦିନ ଘନ କୁହୁଡ଼ି ପୂର୍ବାନୁମାନ, ୟେଲୋ ୱାର୍ଣ୍ଣିଂ ଜାରି
୩ ଦିନ ଘନ କୁହୁଡ଼ି ପୂର୍ବାନୁମାନ, ୟେଲୋ ୱାର୍ଣ୍ଣିଂ ଜାରି

By

Published : Jan 17, 2022, 8:10 PM IST

ଭୁବନେଶ୍ବର:ରାଜ୍ୟରେ କେତେକ ଜିଲ୍ଲାରେ ୩ ଦିନ ଧର ଘନ କୁହୁଡ଼ି ଲାଗି ରହିବ । ଏଥିପାଇଁ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିିଛି ଆଞ୍ଚଳିତ ପାଣିପାଗ ବିଭାଗ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ଦେଖା ଦେଖାଯିବ ।

୩ ଦିନ ଘନ କୁହୁଡ଼ି ପୂର୍ବାନୁମାନ, ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତାକାଲି(ଜାନୁଆରୀ ୧୭) ସକାଳ ୮ଟା ୩୦ ଯାଏଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, କେଉଁଝର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରରେ ଘନ କୁହୁଡି ଦେଖାଯିବ ।

ସେହିଭଳି ୧୯ ତାରିଖରେ ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିଦିନ ମଧ୍ୟ ସକାଳ ୮ଟା ୩୦ ପର୍ଯ୍ୟନ୍ତ ଘନ କୁୁହୁଡ଼ି ଲାଗି ରହିବ । ଏଥପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି । ଯାତାୟତରେ ସମସ୍ୟା ବହୁ ଦେଖାଦେଇପାରେ । ଆସନ୍ତା ଦୁଇଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିବ । ପାରଦ ଖସିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି । ୧୯ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ ଓ କଟକକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details