ଭୁବନେଶ୍ବର: ଆସନ୍ତା 11ରୁ ପୁଣି ଭିଜିବ ଉତ୍ତର ଓଡିଶା । ଲଗୁଚାପ କାରଣରୁ ଉତ୍ତର ଓଡିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହାର ଆକଳନ କରିଛି ପାଣିପାଗ ବିଭାଗ ।
11ରୁ ଭିଜିବ ଉତ୍ତର ଓଡିଶା
ବଙ୍ଗୋପସାଗରରେ ଲଗୁଚାପ ସୃଷ୍ଟି ହେଉଥିବାରୁ ଆଗାମୀ 11 ଜୁଲାଇରୁ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ବଙ୍ଗୋପସାଗରରେ ଲଗୁଚାପ ସୃଷ୍ଟି ହେଉଥିବାରୁ ଆଗାମୀ 11 ଜୁଲାଇରୁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ବର୍ତ୍ତମାନ ରାଜ୍ୟରେ ସ୍ବଭାବିକ ଠାରୁ 9 ପ୍ରତିଶତ କମ ବର୍ଷା ହୋଇଥିବାବେଳେ ବାଲେଶ୍ବରରେ କେବଳ 40 ପ୍ରତିଶତରୁ କମ୍ ବର୍ଷା ରେକର୍ଡ କରାଯାଇଛି ।
ଭୁବନେଶ୍ବରରୁ ଶତରୁପା ସାମନ୍ତରାୟ, ଇଟିଭି ଭାରତ