ଭୁବନେଶ୍ବର:ରାଜ୍ୟରେ ସମ୍ଭାବ୍ୟ ବନ୍ୟାସ୍ଥିତିର ସମୀକ୍ଷା(Review meeting By water resources Minister) କରିଛନ୍ତିଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଥିବା SRC ପ୍ରଦୀପ ଜେନା ସ୍ପଷ୍ଟ କରିବା ପରେ ଚିନ୍ତା ବଢିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରୁ 34ଟି ଗେଟ୍ ଯୋଗେଁ ବନ୍ୟାଜଳ ନିଷ୍କାସିତ ହେଉଛି । ଏପଟେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି ।
ଫଳରେ ମହାନଦୀ ସମେତ ଏହାର ଏକାଧିକ ଶାଖା ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ସମ୍ଭାବ୍ୟ ବନ୍ୟା ସ୍ଥିତି ଉପୁଜିଛି । ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ଅଭିଜ୍ଞ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ତେବେ ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧ ସତ୍ତ୍ବେ ଅଲୋଚନାକୁ ଆସୁନାହାନ୍ତି ଛତିଶଗଡ଼ ସରକାର । ବାରମ୍ବାର ଅନୁରୋଧ ପରେ ମଧ୍ୟ ଆଲୋଚନା ପ୍ରତି ଆଗ୍ରହୀ ହେଉନାହାନ୍ତି ଜଳ ସମ୍ପଦ ବିଭାଗୀୟ ଅଧିକାରୀ ।