ଓଡିଶା

odisha

ETV Bharat / city

Odisha ULB Polls: ପୁଣି ୱାର୍ଡ ସୀମା ପୁନଃନିର୍ଦ୍ଧାରଣକୁ ବିରୋଧ

ପଞ୍ଚାୟତ ନିର୍ବାଚନ (Odisha Panchayat Election) ପରେ ପରେ ହେବ ପୌର ନିର୍ବାଚନ । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ପଞ୍ଚାୟତ ସହିତ ପୌରରେ କେମିତି ବାଜିମାତ କରିବେ ତାକୁ ନେଇ ଚାଲିଛି ରାଜନୈତିକ ଦଳଙ୍କ ମଧ୍ୟରେ ରଣନୀତି। ଅଧିକ ପଢନ୍ତୁ

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ
କଂଗ୍ରେସ ବିଧାୟକ ସୁରେଶ ରାଉତରାୟ

By

Published : Jan 3, 2022, 10:58 PM IST

ଭୁବନେଶ୍ବର:ପଞ୍ଚାୟତ ନିର୍ବାଚନ (Odisha Panchayat Election) ପରେ ପରେ ହେବ ପୌର ନିର୍ବାଚନ । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ପଞ୍ଚାୟତ ସହିତ ପୌରରେ କେମିତି ବାଜିମାତ କରିବେ ତାକୁ ନେଇ ଚାଲିଛି ରାଜନୈତିକ ଦଳଙ୍କ ମଧ୍ୟରେ ରଣନୀତି।

ପୌର ନିର୍ବାଚନ: ପୁଣି ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣକୁ ବିରୋଧୀଙ୍କ ବିରୋଧ

ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ ଦେଇଛି ଗୄହନିର୍ମାଣ ନଗର ଉନ୍ନୟନ ବିଭାଗ। ତିନି ପ୍ରମୁଖ ରାଜନୈତିକ ଦଳନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଥିବା ବେଳେ ବିଜେପି ଓ କଂଗ୍ରେସ ସୀମା ନିର୍ଦ୍ଧାରଣ ଏବଂ ସଂରକ୍ଷଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଗୄହନିର୍ମାଣ ନଗର ଉନ୍ନୟନ ବିଭାଗ ସବୁ ମ୍ୟୁନିସିପାଲ କମିଶନର ଓ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୧ ଜନଗଣନା ଅନୁଯାୟୀ ହେବ ସୀମା ପୁନଃ ନିର୍ଦ୍ଧାରଣ। ୫ ଟି ମହାନଗର ନିଗମ ଓ ୧୦୭ପୌରାଞ୍ଚଳର ହେବ ସୀମା ପୁନଃ ନିର୍ଦ୍ଧାରଣ। ଅଣସିଡ୍ୟୁଲ ଅଞ୍ଚଳରେ ଓବିସି ପାଇଁ ରହିବନି ସଂରକ୍ଷଣ । ଜାନୁଆରୀ ୫ ସୁଦ୍ଧା ମହାନଗର ନିଗମ ସୀମା ପୁନଃ ନିର୍ଦ୍ଧାରଣ ହେବ ।

ଏହାକୁ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କଡା ସମାଲୋଚନା କରି କହିଛନ୍ତି ରାଜ୍ୟ ସରକାର ପ୍ରହସନ କରୁଛନ୍ତି। ତାଙ୍କ ସୁବିଧା ଦେଖି କାହାକୁ ଦେବେ କେଉଁ ୱାର୍ଡ ରଖିବେ ସଵୁ ନିଷ୍ପତ୍ତି କରୁଛନ୍ତି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details