ଓଡିଶା

odisha

By

Published : Aug 6, 2021, 12:29 PM IST

ETV Bharat / city

ଅଗଷ୍ଟ 16 ରୁ UG/PG ଅଫଲାଇନ କ୍ଲାସ

ଆସନ୍ତା 16 ରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ । ପିଜି ପ୍ରଥମ ବର୍ଷ ଏବଂ ଯୁକ୍ତ 3 ଫାଇନାଲ୍ ବର୍ଷର ଛାତ୍ରଛାତ୍ରୀ କରିବେ ଅଫଲାଇନ କ୍ଲାସ । ଅଧିକ ପଢନ୍ତୁ...

ଆସନ୍ତା 16 ରୁ ଚାଲିବ UG/PG ଅଫଲାଇନ କ୍ଲାସ
ଆସନ୍ତା 16 ରୁ ଚାଲିବ UG/PG ଅଫଲାଇନ କ୍ଲାସ

ଭୁବନେଶ୍ବର: ଆସନ୍ତା 16 ରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ । ପିଜି ପ୍ରଥମ ବର୍ଷ ଏବଂ ଯୁକ୍ତ 3 ଫାଇନାଲ୍ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ 16 ତାରିଖରୁ ଶ୍ରେଣୀଗୃହ ଶିକ୍ଷାଦାନ କରାଯିବ । ଏହା ସହ ହଷ୍ଟେଲ ମଧ୍ୟ ଖୋଲାଯିବ । PG ଓ UG ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ପୂର୍ବ ଯୋଜନା ଅନୁଯାୟୀ ଅନଲାଇନ୍ ମୋଡରେ ଅନୁଷ୍ଠିତ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ଆଜି(ଶୁକ୍ରବାର) ସ୍ପଷ୍ଟ କରିଛି ।

ଆସନ୍ତା 16 ରୁ ଚାଲିବ UG/PG ଅଫଲାଇନ କ୍ଲାସ



ଉଚ୍ଚଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ କଲେଜ ଆସନ୍ତା ୧୬ ତାରିଖରୁ ଖୋଲିବ । କୋରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ବିଭାଗ ନିଷ୍ପତ୍ତି ନେଇଛି । ତେବେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲୁଥିବାରୁ ସେମାନଙ୍କର କ୍ୟାମ୍ପସକୁ ଆସିବାର କୌଣସି ଆବଶ୍ୟକତା ନାହିଁ । ବାକି ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ କରାଯିବ ।


କୋରୋନା ଯୋଗୁଁ ଏପର୍ଯ୍ୟନ୍ତ ପ୍ରଥମ ସେମିଷ୍ଟାର ପାଠପଢ଼ା ସମ୍ପୂର୍ଣ୍ଣ ଶେଷ ହୋଇ ନାହିଁ । ଅଧିକାଂଶ କଲେଜ ଓ ବିଶ୍ବବିଦ୍ୟାଳୟରେ ଇଣ୍ଟରନାଲ୍ ଆସେସ୍‌ମେଣ୍ଟ ମଧ୍ୟ ହୋଇନାହିଁ । ତେଣୁ ଶୀଘ୍ର ସିଲାବସ୍ ସାରି ଚଳିତ ବର୍ଷ ପରୀକ୍ଷା କରିବା ପାଇଁ କ୍ଲାସ୍ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚ ଶିକ୍ଷା ବିଭାଗ ।

ଭୁବନେଶ୍ବରରୁ ବିକାସ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details