ଓଡିଶା

odisha

By

Published : Oct 8, 2022, 7:26 PM IST

ETV Bharat / city

ଆସନ୍ତା 13ରୁ ୟୁଜି ଏବଂ 17ରୁ ଆରମ୍ଭ ହେବ ପିଜି ପାଠପଢ଼ା

2022-23 ଶିକ୍ଷାବର୍ଷରେ ନାମ ଲେଖାଇଥିବା ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା 13 ତାରିଖରୁ ଆରମ୍ଭ ହେଉଥିବାବେଳେ, ସ୍ନାତକୋତ୍ତର ପାଠପଢ଼ା 17 ତାରିଖରୁ ଆରମ୍ଭ ହେବ ପାଠପଢା । ଅଧିକ ପଢନ୍ତୁ

ଆସନ୍ତା 13ରୁ ୟୁଜି ଏବଂ 17ରୁ ଆରମ୍ଭ ହେବ ପିଜି ପାଠପଢ଼ା
ଆସନ୍ତା 13ରୁ ୟୁଜି ଏବଂ 17ରୁ ଆରମ୍ଭ ହେବ ପିଜି ପାଠପଢ଼ା

ଭୁବନେଶ୍ବର:ଆସନ୍ତା 13ତାରିଖରୁ ୟୁଜି ଏବଂ 17ରୁ ଆରମ୍ଭ ହେବ ପିଜି ପାଠପଢ଼ା । 2022-23 ଶିକ୍ଷାବର୍ଷରେ ନାମ ଲେଖାଇଥିବା ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆସନ୍ତା 13 ତାରିଖରୁ ଆରମ୍ଭ ହେଉଥିବା ବେଳେ ସ୍ନାତକୋତ୍ତର ପାଠପଢ଼ା 17 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ ଛାତ୍ରଛାତ୍ରୀ ହଷ୍ଟେଲରେ ରହିବା ପାଇଁ ନାମ ଲେଖାଇଛନ୍ତି ସେମାନଙ୍କ ପାଇଁ ହଷ୍ଟେଲରେ ସମସ୍ତ ପ୍ରକାରର ସୁବିଧା ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତା 13ରୁ ୟୁଜି ଏବଂ 17ରୁ ଆରମ୍ଭ ହେବ ପିଜି ପାଠପଢ଼ା

ଏହା ମଧ୍ୟ ପଢନ୍ତୁ: Dhamnagar by Election: ଚାପରେ ବିଜେଡି ! ପ୍ରାର୍ଥୀ ଘୋଷଣାକୁ ନେଇ ଛିଣ୍ଡୁ ନାହିଁ ଅଙ୍କ

ସୂଚନା ଅନୁଯାୟୀ, ଯୁକ୍ତ ତିନିରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ସୁଯୋଗ ଦିଆଯାଇଛି । ଯେଉଁ ମହାବିଦ୍ୟାଳୟ ମାନଙ୍କରେ ଖାଲିଥିବା ଆସନରେ ହେବ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା । ଆସନ୍ତା 13 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିବେ । 27 ତାରିଖ ଅପରାହ୍ନ ସମୟରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । 31 ତାରିଖରେ ମନୋନୀତ ଛାତ୍ରଛାତ୍ରୀ ନାମ ଲେଖାଇବେ ।

ସେହିଭଳି ନଭେମ୍ବର 7 ତାରିଖ ଅପରାହ୍ଣ ସମୟରେ ଦ୍ଵିତୀୟ ମେଧା ତାଲିକା ପ୍ରକାଶ ପାଇବ । 9 ରୁ 11 ତାରିଖରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନେ ନାମ ଲେଖାଇବେ । ରାଜ୍ୟରେ 1023ଟି ଡିଗ୍ରୀ କଲେଜରେ ମୋଟ 252013ଟି ସିଟ୍ ରହିଥିବାବେଳେ ପ୍ରଥମ ପର୍ଯ୍ୟାୟରେ 161179 ଜଣ ନାମ ଲେଖାଇ ସାରିଛନ୍ତି । ବର୍ତ୍ତମାନ 90834 ସିଟ ଖାଲି ପଡ଼ିଥିବା ନେଇ ସୂଚନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details