ଓଡିଶା

odisha

ETV Bharat / city

ଗ୍ରାହକ ବିନା ଗାଡି ଲକ୍, ହନ୍ତସନ୍ତ ଟ୍ରାଭେଲର୍ସ ସଂସ୍ଥା - ଯାତ୍ରୀ ପରିବହନ ବ୍ୟବସ୍ଥା

କୋରୋନା ମହାମାରୀର କବଳରେ ସାରା ବିଶ୍ବ ଛଟପଟ । ମହାମାରୀର ଭୟରେ ଜୀବନ ଜୀବିକା ସବୁ କିଛି ଠପ୍ । ଲକଡାଉନ ଆଉ ସଟଡାଉନ ଯୋଗୁଁ ଜୀବନର ମୋଡ ବାଟବଣା ହୋଇଛି । ଅଧିକ ଖବର ପଢନ୍ତୁ...

କୋରୋନା ମହାମାରୀ କୋପରେ ଘାଣ୍ଟି ହେଉଛନ୍ତି ଟ୍ରାଭେଲର୍ସ ସଂସ୍ଥା
କୋରୋନା ମହାମାରୀ କୋପରେ ଘାଣ୍ଟି ହେଉଛନ୍ତି ଟ୍ରାଭେଲର୍ସ ସଂସ୍ଥା

By

Published : Aug 25, 2020, 9:17 PM IST

ଭୁବନେଶ୍ବର: କୋରୋନା ମହାମାରୀର କବଳରେ ସାରା ବିଶ୍ବ ଛଟପଟ । ମହାମାରୀର ଭୟରେ ଜୀବନ ଜୀବିକା ସବୁ କିଛି ଠପ୍ । ଲକଡାଉନ ଆଉ ସଟଡାଉନ ଯୋଗୁଁ ଜୀବନର ମୋଡ ବାଟବଣା ହୋଇଛି । ଯାହାର ବେଶି ପ୍ରଭାବ ଦେଖିବାକୁ ମିଳିଛି ଟ୍ରାଭେଲ୍ସ ବା ଯାତ୍ରୀ ପରିବହନ ବ୍ୟବସ୍ଥା ଉପରେ ।

କୋରୋନା ମହାମାରୀ କୋପରେ ଘାଣ୍ଟି ହେଉଛନ୍ତି ଟ୍ରାଭେଲର୍ସ ସଂସ୍ଥା

କୋରୋନା କଟକଣା ବଦଳାଇ ଦେଇଛି ଜୀବନର ରାସ୍ତା । ବଦଳାଇ ଦେଇଛି ଜୀବିକା । ଖାସ କରି ଏହି ମହାମାରୀର ପ୍ରଭାବ ଟ୍ରାଭେଲ୍ସ ବା ଯାତ୍ରୀ ପରିବହନ ବ୍ୟବସ୍ଥା ଉପରେ ପଡିଛି । ନା ଗ୍ରାହକ ଅଛନ୍ତି ନା ଡ୍ରାଇଭର । ବିନା ଗ୍ରାହକରେ ଅଚଳ ହୋଇପଡିଛି ପରିବହନ । ବିଭିନ୍ନ ଟ୍ରାଭେଲ ସଂସ୍ଥା ରେ କାର୍ଯ୍ୟରତ ଡ୍ରାଇଭରଙ୍କ ପରିସ୍ଥିତି ମଧ୍ୟ ଏବେ ସଙ୍ଗୀନ । ଦୀର୍ଘ 5 ରୁ 6 ମାସ ଧରି କୋରୋନା ମାଡରେ ଧରାଶାୟୀ ହୋଇପଡୁଛନ୍ତି ଟ୍ରାଭେଲ୍ସର ମାଲିକ ଓ ଡ୍ରାଇଭର ମାନେ । ଗ୍ରାହକ ନଥିବାରୁ ଅନ୍ୟ କୌଣସି କାମ ମଧ୍ୟ କରିପାରୁନାହାଁନ୍ତି । ଯାହା ଫଳରେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ଭୁବନେଶ୍ବରର ସବୁସ୍ଥାନ ଖାଁ ଖାଁ ।

ହଜାର ହଜାର ଗାଡି ଦୀର୍ଘ ଦିନ ଧରି ରାସ୍ତା କଡରେ ହିଁ ପଡିରହିଛି। ନା ଗ୍ରାହକ ଆସୁଛନ୍ତି ନା ଗାଡି ଗଡୁଛି। ଏଭଳି ଅବସ୍ଥାରେ ନିଜ ପରିବାର ଭରଣପୋଷଣ ମଧ୍ୟ ସେମାନଙ୍କ ପକ୍ଷେ କାଠିକର ପାଠ ହୋଇଛି। କମ ସଂଖ୍ୟାରେ ଗ୍ରାହକ ଯୋଗୁଁ ରୋଜଗାର ବି ପୂର୍ବଭଳି ନାହିଁ । ଯାହା ଫଳରେ ମାଲିକ ମାନେ ବି ଢେର କ୍ଷତି ସହୁଛନ୍ତି । ଏୟାର ପୋର୍ଟରେ ମଧ୍ୟ ଅନେକ ଲୋକ କୋରୋନା ପାଇଁ ଚାଲି ଚାଲି ଯାଉଛନ୍ତି ହେଲେ ଗାଡି ବୁକିଂ କରିବାକୁ ଡ଼ରୁଛନ୍ତି। ସେପଟେ ବୋଝ ଉପରେ ନଳିତା ବିଡା ସାଜିଛି ପେଟ୍ରୋଲ ଡିଜେଲ ଦର ବୃଦ୍ଧି । ଯାହା ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି କୁହନ୍ତି ଟ୍ରାଭେଲର୍ସର ମାଲିକ ।

କେବେ ସବୁ କିଛି ସ୍ବାଭାବିକ ହେବ, କେବେ ଗାଡି ଗଡିବ ସେ ନେଇ ମାଲିକ ଓ କର୍ମଚାରୀ ମାନେ ଚିନ୍ତାରେ ଥିବା ବେଳେ କଟକଣା ବନ୍ଧା ଜୀବନରେ ଦିନ କାଟୁଛନ୍ତି ସମସ୍ତେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details