ଓଡିଶା

odisha

ETV Bharat / city

ନୂଆବର୍ଷରୁ ପରିବହନ ବିଭାଗରେ କେବଳ ONLINE ବ୍ୟବସ୍ଥା - ପରିବହନ ବିଭାଗ ହେବ ଦଲାଲ ମୁକ୍ତ

ପରିବହନ ବିଭାଗରେ ଆସିବାକୁ ଯାଉଛି ସଂସ୍କାର । ବିଭାଗରେ କେବଳ ଅନଲାଇନ ବ୍ୟବସ୍ଥା ଲାଗୁ ହେବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

ନୂଆବର୍ଷରୁ ପରିବହନ ବିଭାଗରେ କେବଳ ONLINE ବ୍ୟବସ୍ଥା ଲାଗୁ
ନୂଆବର୍ଷରୁ ପରିବହନ ବିଭାଗରେ କେବଳ ONLINE ବ୍ୟବସ୍ଥା ଲାଗୁ

By

Published : Dec 31, 2021, 2:17 PM IST

ଭୁବନେଶ୍ବର:ପରିବହନ ବିଭାଗରେ ଆସିବ ସଂସ୍କାର । ପରିବହନ ବିଭାଗ ତଥା RTO ହେବ ଦଲାଲ ମୁକ୍ତ । ବିଭାଗରେ ଏଣିକି ଲାଗୁ ହେବ NO OFFLINE, ONLY ONLINE ବ୍ୟବସ୍ଥା । ଆସନ୍ତାକାଲି(ଶନିବାର)ଠୁ ଅର୍ଥାତ ନୂଆବର୍ଷରୁ ଏହି ବ୍ୟବସ୍ଥା ଲାଗୁ ହେବ । ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା(Minister Padmanabha Behera on New RTO Rules) ସୂଚନା ଦେଇଛନ୍ତି ।

ନୂଆ ବର୍ଷରୁ ପରିଚଳନା ବ୍ୟବସ୍ଥାରେ ବଡ଼ ସଂସ୍କାର ଆଣିବାକୁ ଯାଉଛି ପରିବହନ ବିଭାଗ । DLଠୁ ଆରମ୍ଭ କରି ଗାଡି ପରିମିଟି ଭଳି ସମସ୍ତ କାର୍ଯ୍ୟ ଏଣିକି ଅନ-ଲାଇନରେ ହେବ । ଏହି ସବୁ କାର୍ଯ୍ୟରେ ମିଡ଼ିଲ ମ୍ୟାନ ବା ଦଲାଲ ମାନଙ୍କର ଭୂମିକା ରହୁଥିଲା ବୋଲି ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା ।

ଅନେକାଶଂରେ ମିଡ଼ିଲ ମ୍ୟାନ ମାନଙ୍କର ଭୂମିକା କମିଥିଲେ ବି ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ ଅନ-ଲାଇନ ମାଧ୍ୟମରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଶନିବାରଠୁ ଲାଗୁ ହେବାକୁ ଯାଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details