ଓଡିଶା

odisha

ETV Bharat / city

ବନ୍ଦ ବେଳେ ଓଡିଶା ବ୍ୟବସାୟୀଙ୍କ 2 ହଜାର କୋଟି କ୍ଷତି - ଗୋଟିଏ ଦିନ ବନ୍ଦରେ 2 ହଜାର କୋଟି କ୍ଷତି

ବନ୍ଦ ପାଳନ ଦ୍ବାରା ଓଡିଶାରେ ପାଖାପାଖି 2 ହଜାର କୋଟି ଟଙ୍କାର କ୍ଷତି । ଭାରତ ବନ୍ଦକୁ ଓଡିଶା ବ୍ୟବସାୟୀ ମହାସଂଘର ବିରୋଧ କରୁଥିବା କହିଲେ ସଭାପତି ସୁଧାକର ପଣ୍ଡା । ଅଧିକ ପଢ଼ନ୍ତୁ...

odisha trade union, odisha trade uinion against bharat bandh, bharat bandh,  odisha trade uinion against strike, ବନ୍ଦପାଳନକୁ ଓଡିଶା ବ୍ୟବସାୟୀ ମହାସଂଘର ବିରୋଧ, ଗୋଟିଏ ଦିନ ବନ୍ଦରେ 2 ହଜାର କୋଟି କ୍ଷତି, ବ୍ୟବସାୟୀ ମହାସଂଘର ସଭାପତି ସୁଧାକର ପଣ୍ଡା
ବନ୍ଦପାଳନକୁ ଓଡିଶା ବ୍ୟବସାୟୀ ମହାସଂଘର ବିରୋଧ

By

Published : Jan 8, 2020, 7:22 PM IST

ଭୁବନେଶ୍ବର: ବିଭିନ୍ନ ଟ୍ରେଡ଼ ୟୁନିଅନଙ୍କ ଦ୍ବାରା ଦିଆ ଯାଇଥିବା ଭାରତ ବନ୍ଦକୁ ଓଡିଶା ବ୍ୟବସାୟୀ ମହାସଂଘ ସମର୍ଥନ ଦେଇନାହିଁ । ତେବେ ଅନେକ ସ୍ଥାନରେ ପରିସ୍ଥିତିକୁ ଦେଖି ଓ ଆନ୍ଦୋଳନକାରୀଙ୍କ ଚାପ ଯୋଗୁଁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ଯାହା ଫଳରେ ଓଡ଼ିଶାରେ ବ୍ୟବସାୟୀ ମାନଙ୍କର ପାଖାପାଖି 2 ହଜାର କୋଟି ଟଙ୍କାର କ୍ଷତି ହୋଇଥିବା କହିଛନ୍ତି ବ୍ୟବସାୟୀ ମହାସଂଘର ସଭାପତି ସୁଧାକର ପଣ୍ଡା।

ବନ୍ଦପାଳନକୁ ଓଡିଶା ବ୍ୟବସାୟୀ ମହାସଂଘର ବିରୋଧ

ସେହିପରି ଦେଖିବାକୁ ଗଲେ ସାରା ଦେଶରେ ଏହି ଗୋଟିଏ ଦିନର ବନ୍ଦ ଯୋଗୁ କେବଳ ବ୍ୟବସାୟୀ ମାନଙ୍କ 35 ହଜାର କୋଟି ଟଙ୍କା କ୍ଷତି ହେବ ବୋଲି କହିଛନ୍ତି। ଟ୍ରେଡ଼ ୟୁନିଅନ ମାନଙ୍କ ପକ୍ଷରୁ ଯେଉଁ ଭାରତ ବନ୍ଦ କରାଯାଉଛି ଏଥିରେ କୌଣସି ଯୁକ୍ତି ଯୁକ୍ତ କାରଣ ନାହିଁ। କେବଳ ରାଜନୈତିକ ଲକ୍ଷ୍ୟ ହାସଲ କରିବା ପାଇଁ ଏଭଳି କରାଯାଉଛି ବୋଲି କହିଛନ୍ତି ସୁଧାକର।

ସେ ଆହୁରି ମଧ୍ୟ କହିଛନ୍ତି ଗଣତାନ୍ତ୍ରିକ ରାଷ୍ଟ୍ରର ସରକାରଙ୍କ ନୀତିର ପ୍ରତିବାଦ କରିବାର ସମସ୍ତଙ୍କ ଅଧିକାର ଅଛି । ତେବେ ପ୍ରତିବାଦ କରିବା ପାଇଁ ଅନେକ ପନ୍ଥା ରହିଥିବା ବେଳେ ସବୁଠାରୁ ଶେଷ ପନ୍ଥା ହେଉଛି ବନ୍ଦ। କିନ୍ତୁ ସେମାନେ ଅନ୍ୟପନ୍ଥାକୁ ଅମ୍ବଲମ୍ବନ ନକରି କିମ୍ବା ସମାଧାନ ପାଇଁ ସରକାରଙ୍କ ସହ ଆଲୋଚନା ନକରି ଶେଷ ପନ୍ଥା ‘ବନ୍ଦ’କୁ ଆପଣେଇ ନେଉଛନ୍ତି । ଯାହା ଦ୍ବାରା କେବଳ ବ୍ୟବସାୟୀ ନୁହନ୍ତି ସାଧାରଣ ଲୋକ ମଧ୍ୟ ଅନେକ ସମସ୍ୟାରେ ପଡୁଥିବା ବେଳେ ଦେଶର ରାଜସ୍ବ ମଧ୍ୟ ହାନି ହେଉଥିବା କହିଛନ୍ତି । ତେଣୁ ଏହା କେବଳ ନିଜର ବିଚାର ଧାରାକୁ ବଞ୍ଚାଇ ରଖିବା ପାଇଁ ଏପରି କରାଯାଉଥିବ ସେ କହିଛନ୍ତି। ଆଗାମୀ ଦିନରେ ଏହା ଉପରେ ଚର୍ଚ୍ଚା ହେବା ସହ ବନ୍ଦ ଆଳରେ କରାଯାଉଥିବା ଦେଶର ସମ୍ପତି ନଷ୍ଟ ପାଇଁ ମଧ୍ୟ ଉତ୍ତର ଦାଇତ୍ବ ସ୍ଥିର କରାଯିବ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details