ଓଡିଶା

odisha

ETV Bharat / city

ରାଜ୍ୟରେ ଆଉ 3ଟି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ - Naveen patnaik inaugurates three sports complex

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂର ଜରିଆରେ ବହୁମୁଖୀ ହିଞ୍ଜିଳିକାଟୁ ଇନଡୋର ଷ୍ଟାଡିୟମ, ଛତ୍ରପୁର ଇନଡୋର ଷ୍ଟାଡିୟମ ଓ କଳିଙ୍ଗ ଷ୍ଟାଡିୟମରେ ସୁଟିଂ ହାଇ ପରଫରମାନ୍ସ ସେଣ୍ଟରର ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

Odisha towards sports hub as CM Naveen patnaik inaugurates three sports complex in Chhatrapur, hinjilikatu and Bhubaneswar
ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

By

Published : Nov 2, 2020, 6:28 PM IST

Updated : Nov 2, 2020, 8:39 PM IST

ଭୁବନେଶ୍ବର: କ୍ରୀଡା ଭିତ୍ତିଭୂମି ଉନ୍ନତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ରାଜ୍ୟରେ ଆଉ 3ଟି କ୍ରୀଡା ପ୍ରକଳ୍ପକୁ କ୍ରୀଡାବିତଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂର ଜରିଆରେ ବହୁମୁଖୀ ହିଞ୍ଜିଳିକାଟୁ ଇନଡୋର ଷ୍ଟାଡିୟମ, ଛତ୍ରପୁର ଇନଡୋର ଷ୍ଟାଡିୟମ ଓ କଳିଙ୍ଗ ଷ୍ଟାଡିୟମରେ ସୁଟିଂର ହାଇ ପରଫରମାନ୍ସ ସେଣ୍ଟରର ଉଦଘାଟନ କରିଛନ୍ତି ।

ହିଞ୍ଜିଳକାଟୁ 1.5 ଏକରରେ ନିର୍ମିତ ଏହି ଇନଡୋର ଷ୍ଟାଡିୟମରେ ସମସ୍ତ ଅନ୍ତର୍ଜାତୀୟ ସ୍ତରୀୟ ସୁବିଧା ରହିଛି । 300 ଦର୍ଶକ କ୍ଷମତା ବିଶିଷ୍ଟ ଗ୍ୟାଲେରୀ ରହିଛି । 4 ବ୍ୟାଡମିଣ୍ଟନ କୋର୍ଟ, ଗୋଟିଏ ବାସ୍କେଟବଲ ଓ ଗୋଟିଏ ଭଲିବଲ କୋର୍ଟ ରହିଛି । ଫିଟନେସ ରୁମ, ଲକର ରୁମ, ଓ କୋଚି ଷ୍ଟାଫଙ୍କ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ରହିଛି

ଛତ୍ରପୁର ଇନଡୋର ଷ୍ଟାଡିୟମରେ ମଧ୍ୟ ଅନ୍ତର୍ଜାତୀୟ ମାନର ଟେବୁଲଟେନିସ କୋର୍ଟ ଓ ଅନ୍ୟ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ରହିଛି ।

ସେହିପରି କଳିଙ୍ଗ ଷ୍ଟାଡିୟମରେ ସୁଟିଂ ହାଇ ପରଫରମାନ୍ସ ସେଣ୍ଟରରେ 22 ଲେନ ବିଶିଷ୍ଟ ସୁଟିଂ ରେଞ୍ଜ ସୁବିଧା ରହିଛି । 10 ମିଟର ଓ 25 ମିଟର ରେଞ୍ଜର ସୁଟିଂ ସୁବିଧା ରହିଛି । 10 ଟୁ 60 ଜଣ ଆଥଲେଟ ଦୈନିକ ଅଭ୍ୟାସ କରିବାର ସୁବିଧା ମଧ୍ୟ ରହିଛି ।

ଛତ୍ରପୁରରେ ନିର୍ମିତ ଇଣ୍ଡୋର ଷ୍ଟାଡିୟମରେ ୨ କୋଟି ୬୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ହିଞ୍ଜିଳିରେ ନିର୍ମିତ ଇଣ୍ଡୋର ଷ୍ଟାଡିୟମ୍‌ରେ ୧୦ କୋଟି ୯୮ ଲକ୍ଷ ୭୫ ହଜାର ୨୨୭ ଟଙ୍କା ବିନିଯୋଗ ହୋଇଛି। କ୍ରୀଡା ଓ ଯୁବ ବ୍ୟପାର ମନ୍ତ୍ରଣାଳୟ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଉଚିତ ସମନ୍ବୟ ସହ ରାଜ୍ୟର ଅଗଣିତ କ୍ରୀଡାପ୍ରତିଭାଙ୍କ ପାଇଁ ଏହି ଭିତ୍ତିଭୂମି ଫାଇଦାମାନ ସାବ୍ୟସ୍ତ ହେବ ବୋଲି ରାଜ୍ୟ ସରକାର ଆଶାବାଦୀ ଅଛନ୍ତି ।

ଗଗନ ନାରଙ୍ଗ ଓ ଆଦିତ୍ୟ ବିର୍ଲା ଗ୍ରୁପ ଓହି ପ୍ରକଳ୍ପ ପାଇଁ ସହାୟତାର ହାତ ବଢାଇବା ସହ ଅଂଶ ପାଲଟିଛନ୍ତି । ନଭେମ୍ବର 2018ରେ ଏହି ପ୍ରକଳ୍ପ ପାଇଁ ଏମଓୟୁ ହୋଇଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ , ଇଟିଭି ଭାରତ

Last Updated : Nov 2, 2020, 8:39 PM IST

ABOUT THE AUTHOR

...view details