ଭୁବନେଶ୍ବର: ରବିବାର ଜାତୀୟ ଷ୍ଟାର୍ଟ ଅପ ରାଙ୍କିଂର ତାଲିକା ପ୍ରକାଶ ପାଇଛି । ତେବେ ଏହି ତାଲିକାର ଶୀର୍ଷରେ ରହିଛି ଓଡିଶା । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ଷ୍ଟାର୍ଟ ଅପ ପରିଷଦ ବୈଠକରୁ ସୂଚନା ମିଳିଛି ।
ଜାତୀୟ ଷ୍ଟାର୍ଟ ଅପ ରାଙ୍କିଂର ଶୀର୍ଷରେ ଓଡିଶା - ଜାତୀୟ ଷ୍ଟାର୍ଟ ଅପ ରାଙ୍କିଙ୍ଗ
ରବିବାର ଜାତୀୟ ଷ୍ଟାର୍ଟ ଅପ ରାଙ୍କିଙ୍ଗର ତାଲିକା ପ୍ରକାଣ ପାଇଛି । ଏହାର ଶୀର୍ଷ ସ୍ଥାନରେ ସ୍ଥାନ ପାଇଛି ଓଡିଶା । ଅଧିକ ପଢନ୍ତୁ...
ଜାତୀୟ ଷ୍ଟାର୍ଟ ଅପ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ଓଡିଶା
ରାଜ୍ୟରେ ମୋଟ ଷ୍ଟାର୍ଟ ଅପ ସଂଖ୍ୟା 774 ରହିଥିବା ବେଳେ ପ୍ରାୟ 6000 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । 2019ରେ ଡିପାର୍ଟ ମେଣ୍ଟ ଫର ପ୍ରମୋସନ ଅଫ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନ୍ୟାସନାଲ ଟ୍ରେଡ଼ ତରଫରୁ ହୋଇଥିବା ରାଙ୍କିଙ୍ଗରେ ଓଡିଶା ଏହି ସ୍ଥାନ ହାସଲ କରିଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ଷ୍ଟାର୍ଟ ଅପ ହବ୍ ପ୍ରତିଷ୍ଠା କରାଯିବ । ଏହା ଉତ୍କର୍ଷ କେନ୍ଦ୍ର ଭାବରେ କାମ କରିବ ବୋଲି ଜଣାପଡିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ