ଓଡିଶା

odisha

ETV Bharat / city

ଦେଶରେ ସବୁଠାରୁ ଦୂଷିତ ସାଇଟ ତାଲିକା ଶୀର୍ଷରେ ଓଡ଼ିଶା - state govt

ଦେଶରେ ସବୁଠାରୁ ଦୂଷିତ ସାଇଟ ତାଲିକା ଶୀର୍ଷରେ ଓଡ଼ିଶା । ତାଲିକାରେ ଉତ୍ତର ପ୍ରଦେଶ ଓ ଦିଲ୍ଲୀକୁ ପଛରେ ପକାଇଛି ଓଡିଶା । ଅଧିକ ପଢନ୍ତୁ...

Odisha tops the list of most polluted sites in the country
ଦେଶରେ ସବୁଠାରୁ ଦୂଷିତ ସାଇଟ ତାଲିକାରେ ଶୀର୍ଷରେ ଓଡ଼ିଶା

By

Published : Mar 12, 2021, 6:55 PM IST

ଭୁବନେଶ୍ବର :ବିପଦରେ ଓଡିଶାର ଜୈବ ବିବିଧତା । ପ୍ରଦୂଷିତ ହେଉଛି ରାଜ୍ୟର ପରିବେଶ । କେବଳ ସ୍ଥଳ ଭାଗ ନୁହେଁ, କ୍ରମାଗତ ଭାବେ ଜଳ ଭାଗ ମଧ୍ୟ ପ୍ରଦୂଷିତ ହେବାକୁ ଲାଗିଲାଣି । ପରିସ୍ଥିତି ଏଭଳି ହେଲେଣି ଯେ, ଦୂଷିତ ସାଇଟ ତାଲିକାରେ ଓଡିଶା ଦେଶରେ ପ୍ରଥମ ସ୍ଥାନ ଅକ୍ତିଆର କରିସାରିଛି । ଏହି ରିପୋର୍ଟ ପ୍ରକାଶ କରିଛି, ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ଅଫ ଇଣ୍ଡିଆ । ତଥ୍ୟ ମୁତାବକ ଓଡିଶାରେ ଦେଶର ସବୁଠାରୁ ଅଧିକ ୨୩ଟି ସାଇଟ ଏଭଳି ରହିଛି । ଯେଉଁଠି ପ୍ରଦୂଷଣର ମାତ୍ର ଦେଶର ଅନ୍ୟ ସାଇଟ ଅପେକ୍ଷା ଯଥେଷ୍ଟ ଅଧିକ ରହିଛି । ବିଶେଷ କରି ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣରେ ଥିବା ଜୟଶ୍ରୀ କେମିକାଲ ଯେତିକି ପ୍ରଦୂଷଣ କରୁଛି ଦେଶର ଅନ୍ୟ କୌଣସି ସାଇଟରେ ସେତିକି ପ୍ରଦୂଷଣ ହେଉନାହିଁ । ଜୟଶ୍ରୀ କେମିକାଲ ଫ୍ୟାକ୍ଟ୍ରିରୁ ବାହାରୁଥିବା ରସାୟନ ଋଷିକୂଲ୍ୟା ଦେଇ ସମୁଦ୍ର ମଧ୍ୟରେ ପ୍ରବେଶ କରୁଛି । ଫଳରେ ଅଲିଭ ରିଡଲେ, ଡଲଫିନ, ସାର୍କ ଭଳି ସାମୁଦ୍ରିକ ପ୍ରାଣୀ ବିପଦରେ ରହିଛନ୍ତି ।

ଦେଶରେ ସବୁଠାରୁ ଦୂଷିତ ସାଇଟ ତାଲିକାରେ ଶୀର୍ଷରେ ଓଡ଼ିଶା

ଦେଶରେ ସବୁଠାରୁ ଦୂଷିତ ତାଲିକାରେ ଓଡିଶାର ସ୍ଥାନ ପ୍ରଥମ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ କହୁଛି ଏହିଠାରେ ପାଣି, ମାଟି ଓ ବାୟୁ ଦେଶର ଅନ୍ୟ ସ୍ଥାନଠାରୁ ଅଧିକ ପ୍ରଦୂଷିତ ହୋଇଛି । ଓଡିଶା ପରେ ଉତ୍ତର ପ୍ରଦେଶର ୨୧ ଓ ଦେଶର ରାଜଧାନୀ ଦିଲ୍ଲୀର ୧୧ଟି ସ୍ଥାନ ସବୁଠାରୁ ଅଧିକ ଦୂଷିତ ସାଇଟ ରହିଛି । ଗଞ୍ଜାମରେ ଥିବା ଜୟଶ୍ରୀ କେମିକାଲ ଦେଶର ସବୁଠାରୁ ଦୂଷିତ କାରଖାନା ହୋଇଥିବା ବେଳେ ଏହା ଯୋଗୁଁ ସମୁଦ୍ରର ଜୈବି ବିଭିଦତା ବିପଦରେ ଥିବା ବୋର୍ଡ ସୂଚନା ଦେଇଛି ।

ଭାରତରେ ୧୧୨ଟି ସ୍ଥାନ ବିଷାକ୍ତ ଏବଂ ବିପଜ୍ଜନକ ପଦାର୍ଥ ଦ୍ବାରା ଦୂଷିତ ହୋଇଛି । ଯଦି ଆଗୁଆ ପଦକ୍ଷେପ ନିଆନଯାଏ ତେବେ ଆହୁରି ୧୬୮ଟି ସାଇଟ୍ ଯାହା ଦୂଷିତ ହୋଇପାରେ । କାରଖାନା ଗୁଡିକରୁ ବାହାରୁଥିବା ରସାୟନିକ ପ୍ରଦାର୍ଥ ପରବର୍ତ୍ତୀ ସମୟରେ ମାଟି ଭେଦି ଜଳସ୍ତରକୁ ଯାଇଥାଏ । ଫଳରେ ଏହାକୁ ଯେଉଁ ଜୀବଜନ୍ତୁ ଗ୍ରହଣ କରୁଛନ୍ତି ତାଙ୍କ ଜରିଆରେ ମନୁଷ୍ୟମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି । ତୁରନ୍ତ ରାଜ୍ୟ ସରକାର, ଜଙ୍ଗଲ ଏବଂ ପରିବେଶ ବିଭାଗ, ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details