ଓଡିଶା

odisha

ETV Bharat / city

ଦ୍ବିତୀୟ ଡୋଜ ଟିକାକରଣ ଆରମ୍ଭ, ସରକାରୀ କେନ୍ଦ୍ରରେ ମିଳିବ ମାଗଣା ଟିକା - ରକାରୀ କେନ୍ଦ୍ରରେ ମିଳିବ ମାଗଣା ଟିକା

ଯେଉଁମାନେ ମେ 1 ତାରିଖ ପୂର୍ବରୁ ଘରୋଇ ଟିକାକରଣ କେନ୍ଦ୍ରରେ ପ୍ରଥମ ଡୋଜ ଟିକା ନେଇଥିଲେ ସେମାନେ ସରକାରୀ ସ୍ତରରେ ମାଗଣାରେ ଦ୍ବିତୀୟ ଡୋଜ ପାଇପାରିବେ । ଅଧିକ ପଢନ୍ତୁ..

ଦ୍ବିତୀୟ ଡୋଜ ଟିକାକରଣ ଆରମ୍ଭ , ସରକାରୀ କେନ୍ଦ୍ରରେ ମିଳିବ ମାଗଣା ଟିକା
ଦ୍ବିତୀୟ ଡୋଜ ଟିକାକରଣ ଆରମ୍ଭ , ସରକାରୀ କେନ୍ଦ୍ରରେ ମିଳିବ ମାଗଣା ଟିକା

By

Published : May 3, 2021, 10:52 PM IST

ଭୁବନେଶ୍ବର: ସରକାରୀ ଟିକା କେନ୍ଦ୍ରରେ ନେଇପାରିବେ ମାଗଣା ଟିକା । ମେ 1 ତାରିଖ ପୂର୍ବରୁ ଟିକା ନେଇଥିବା ବ୍ୟକ୍ତି ନେଇପାରିବେ ଦ୍ବିତୀୟ ଡୋଜ । ଏଥିସହ ବେସସରକାରୀ ଟିକା କେନ୍ଦ୍ରରେ ନେଇପାରିବେ ଧାର୍ଯ୍ୟ ଦରରେ ଟିକା । ଏ ନେଇ ସ୍ବାସ୍ଥ୍ୟ ବିଭାଗର ଜିଲ୍ଲାପାଳ ଓ ମହାନଗର କମିଶନଙ୍କୁ ଚିଠି ଦେଇଛନ୍ତି ।

ମେ 1 ତାରିଖରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । 18 ବର୍ଷରୁ ଅଧିକ ବୟସର ବ୍ୟକ୍ତି ଟିକାକରଣ ପାଇଁ ଏହି ପର୍ଯ୍ୟାୟରେ ଯୋଗ୍ୟ ଅଟନ୍ତି । ଏଥିପାଇଁ ବେସରକାରୀ ଟିକାକେନ୍ଦ୍ରରେ ଧାର୍ଯ୍ୟ ଦରରେ ନେଇପାରିବେ ଟିକା । ତେବେ ଏହି ଦର ଧାର୍ଯ୍ୟ କରିବେ ସମ୍ପୃକ୍ତ ଟିକାକେନ୍ଦ୍ର । ଏନେଇ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ଯେଉଁମାନେ ମେ 1 ତାରିଖ ପୂର୍ବରୁ ଘରୋଇ ଟିକାକରଣ କେନ୍ଦ୍ରରେ ପ୍ରଥମ ଡୋଜ ଟିକା ନେଇଥିଲେ ସେମାନେ ସରକାରୀ ସ୍ତରରେ ଦ୍ବିତୀୟ ଡୋଜ ପାଇପାରିବେ । ଏନେଇ ସମସ୍ତ ଜିଲ୍ଲାପାଳ ମହାନଗର କମିଶନ ଏବଂ ସମସ୍ତ ସିଡିଏମ ଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ।

ଭୁବେନଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details