ଭୁବନେଶ୍ବର:ରାଜ୍ୟରେ ପୁଣି ଦାନା ବାନ୍ଧୁଛି ଲଘୁଚାପ । 25 ସେପ୍ଟେମ୍ବରରେ ପୂର୍ବ-କେନ୍ଦ୍ରୀୟ ଓ ତତସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏକ ଘୁର୍ଣ୍ଣିବଳୟ । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଯିବା ପରେ ପରବର୍ତ୍ତୀ 48 ଘଣ୍ଟା ମଧ୍ୟରେ ଓଡିଶା ଉପକୂଳରେ ପହଁଞ୍ଚିବ । ଏହା ପ୍ରଭାବରେ ରାଜ୍ୟରେ 26 ସେପ୍ଟେମ୍ବରରୁ ପ୍ରବଳ ବର୍ଷା ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରବିବାର ଯେଉଁ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ସକ୍ରିୟ ରହିଛି । ଏହା ସମୁଦ୍ର ପତନଠାରୁ 5.8 କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ଏହାପ୍ରଭାବରେ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏନେଇ 12 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।