ଓଡିଶା

odisha

By

Published : Aug 10, 2022, 9:51 PM IST

ETV Bharat / city

ଲକ୍ଷ୍ୟ ପୁଞ୍ଜିନିବେଶ, ବିଭିନ୍ନ ରାଜ୍ୟରେ ରୋଡ ଶୋ’ କରିବ ଓଡିଶା

ଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କ୍ଷୁଧା ମୁକ୍ତ ଓଡ଼ିଶା ଗଠନ ସଫଳ ହୋଇଛି । ଏହାପରେ ରାଜ୍ୟରେ ଶିଳ୍ପାୟନକୁ ଫୋକ୍ସ କରାଯାଇଛି । 2015 ରେ ମୁଖ୍ୟମନ୍ତ୍ରୀ ଏହା ସ୍ପଷ୍ଟ କରିଛନ୍ତି । 2016ରୁ Make in odisha କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଲକ୍ଷ୍ୟ ପୁଞ୍ଜିନିବେଶ, ବିଭିନ୍ନ ରାଜ୍ୟରେ ରୋଡ ଶୋ କରିବ ଓଡିଶା
ଲକ୍ଷ୍ୟ ପୁଞ୍ଜିନିବେଶ, ବିଭିନ୍ନ ରାଜ୍ୟରେ ରୋଡ ଶୋ କରିବ ଓଡିଶା

ଭୁବନେଶ୍ବର: ରାଜ୍ୟରେ ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଶିଳ୍ପ ପ୍ରତିଷ୍ଠା ସହ ବେକାରୀ ସମସ୍ୟା ମୁକ୍ତ ରାଜ୍ୟ ଗଠନ ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା । ଏହି ଦିଗରେ ଅଗାଉଛି ଓଡ଼ିଶା । ବିଭିନ୍ନ ରାଜ୍ୟରେ ରୋଡ଼ ଶୋ' ଜରିଆରେ ପୁଞ୍ଜିପାତିଙ୍କୁ ଆମନ୍ତ୍ରଣ କରୁଛି ରାଜ୍ୟ । ନଭେମ୍ବର ମାସରେ Make in odisha କାର୍ଯ୍ୟକ୍ରମ ପୂର୍ବରୁ ଦିଲ୍ଲୀ, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, କଲିକତା ପରି ପୁଞ୍ଜିପତିଙ୍କ ସହରରେ ରୋଡ଼ ଶୋ'ର ଆୟୋଜନ କରିବ ଓଡ଼ିଶା । ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ।

ଲକ୍ଷ୍ୟ ପୁଞ୍ଜିନିବେଶ, ବିଭିନ୍ନ ରାଜ୍ୟରେ ରୋଡ ଶୋ କରିବ ଓଡିଶା

ଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କ୍ଷୁଧା ମୁକ୍ତ ଓଡ଼ିଶା ଗଠନ ସଫଳ ହୋଇଛି । ଏହାପରେ ରାଜ୍ୟରେ ଶିଳ୍ପାୟନକୁ ଫୋକସ୍ କରାଯାଇଛି । 2015 ରେ ମୁଖ୍ୟମନ୍ତ୍ରୀ ଏହା ସ୍ପଷ୍ଟ କରିଛନ୍ତି । 2016ରୁ Make in odisha କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । Make in odisha କାର୍ଯ୍ୟକ୍ରମ ଜରିଆରେ ଦେଶ ଓ ବିଦେଶରୁ ଶିଳ୍ପପତିମାନଙ୍କୁ ଓଡିଶାରେ ପୁଞ୍ଜି ନିବେଶ କରିବା ପାଇଁ ଆମନ୍ତ୍ରଣ କରାଯାଉଛି । ରାଜ୍ୟରେ ନିବେଶ ଲାଗି ଭିର୍ତ୍ତିଭୂମୀର ବିକାଶ ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଆଗାମୀ ଦିନରେ ଦିଲ୍ଲୀ, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, କଲିକତା ଭଳି ପୁଞ୍ଜିପତିଙ୍କ ସହରରେ ରୋଡ଼'ଶୋର ଆୟୋଜନ କରାଯିବ ।

ଫିକି ସହାୟତାରେ ସେଠାକାର ଚାମ୍ବର୍ସ ଅଫ କମର୍ସ ଓ ବିଭିନ୍ନ ଶିଳ୍ପପତିମାନଙ୍କ ସହ ୱାନ ଟୁ ୱାନ ଆଲୋଚନା ହେବ । ଓଡ଼ିଶା ପୁଞ୍ଜି ନିବେଶ ପାଇଁ ଉତ୍କୃଷ୍ଟ ବେଲି ଶିଳ୍ପପତିଙ୍କୁ ବୁଝାଇବା ସହ ସରକାର ଶିଳ୍ପପତିଙ୍କୁ କେଉଁ ସୁବିଧା ଯୋଗାଇବେ ତାହା ଅବଗତ କରାଯିବ । ଗତ 18 ତାରିଖରେ ଶିଳ୍ପ ମନ୍ତ୍ରୀଙ୍କ ନେତୃତ୍ବରେ ଗୁଜରାଟର ଅମହମ୍ମଦାବାଦରେ କାର୍ଯ୍ୟକ୍ରମ ହୋଇଛି । ଏହି କାର୍ଯ୍ୟକ୍ରମରେ 22 ଜଣ ଶିଳ୍ପପତିଙ୍କ ସହ ୱାନଟୁ ୱାନ୍ ଆଲୋଚନା ହୋଇଛି । ସରକାର ଜମି, ପାଣି, ବିଦ୍ୟୁତ ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଗୁଜରାଟରୁ ଅଧିକ ପୁଞ୍ଜିପତି ଓଡ଼ିଶାରେ ନିବେଶ କରିବେ ବୋଲି ମନ୍ତ୍ରୀ ଆଶା ରଖିଛନ୍ତି ।

ଓଡିଶାରେ ଭରପୂର ପ୍ରାକୃତିକ ସମ୍ପଦ, ଖଣି, ବେଳାଭୂମି, ଜଙ୍ଗଲ ଓ କୃଷି ଭିର୍ତ୍ତିଭୂମୀ ଥିବାରୁ ଏହକୁ ଭିତ୍ତି କରି ପୁଞ୍ଜିପତି ମାନଙ୍କ ସହ ପୁଞ୍ଜିନିବେଶ ପାଇଁ ଆଲୋଚନା କରାଯାଉଛି । 2016 ଓ 2018ରେ Make in odisha କାର୍ଯ୍ୟକ୍ରମ ହୋଇଥିଲା । 2020 ରେ କରୋନା ପାଇଁ କାର୍ଯ୍ୟକ୍ରମ ବନ୍ଦ ଥିଲା । ଦୁବାଇରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଶିଳ୍ପପତିଙ୍କ ସହ ଆଲୋଚନା କରାଯାଇଛି । ଓଡ଼ିଶାକୁ ବିଶ୍ୱର ଶିଳ୍ପପତିଙ୍କ ଦୃଷ୍ଟି ଆକର୍ଷଣ କରେଇବା ସହ କିଭଳି ପୁଞ୍ଜିନିବେଶ କରିହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରାୟାସ କରୁଛନ୍ତି । ଚଳିତ ବର୍ଷ ନଭେମ୍ବର 30ରୁ ଡିସେମ୍ବର 4 ଯାଏ ହେବ Make In Odisha କାର୍ଯ୍ୟକ୍ରମ । ଏହା ପୂର୍ବରୁ ସମସ୍ତ ରୋଡ଼'ଶୋ ହେବ । ଏହି କାର୍ଯ୍ୟକ୍ରମ ସଫଳ ହେଲେ ଓଡିଶାରେ ପୁଞ୍ଜିନିବେଶ ବଢିବା ସହ ଶିଳ୍ପାୟନ ଓ ରୋଜଗାର ସୃଷ୍ଟି ହେବ ।

ABOUT THE AUTHOR

...view details