ଭୁବନେଶ୍ୱର:ଆସନ୍ତା 12ରେ ସଂସଦ ଘେରିବାକୁ ସଜବାଜ ହେଉଛି ଛାତ୍ର କଂଗ୍ରେସ । ଦେଶ ହେଉ ଅବା ରାଜ୍ୟ ସବୁଠି ଦିନକୁ ଦିନ ବେରୋଜଗାରୀ ବଢିବାରେ ଲାଗିଛି । ଉଭୟ ସରକାର ନିଯୁକ୍ତିର ପ୍ରତିଶୃତି ଦେଇ ଶିକ୍ଷିତ ଛାତ୍ର ଓ ଯୁବକଙ୍କୁ ଠକୁଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ । ତେଣୁ ଛାତ୍ର ଓ ଯୁବକଙ୍କ ଅଧିକାରକୁ ନେଇ ଓ ସରକାରଙ୍କ ରୋଜଗାର ମାରଣାନୀତିକୁ ବିରୋଧ କରି ମାର୍ଚ୍ଚ ୧୨ ତାରିଖରେ ସଂସଦ ଘେରାଉ କରିବ ଛାତ୍ର କଂଗ୍ରେସ ।
ମାର୍ଚ୍ଚ 12 ରେ ସଂସଦ ଘେରିବ ରାଜ୍ୟ ଛାତ୍ର କଂଗ୍ରେସ - ଛାତ୍ର କଂଗ୍ରେସ ବିକ୍ଷୋଭ
ଆସନ୍ତା ୧୨ ରେ ସଂସଦ ଘେରିବ ଛାତ୍ର କଂଗ୍ରେସ । ଦେଶରେ ବେରୋଜଗାରୀ ସଂଖ୍ୟା ବୃଦ୍ଧିକୁ ବିରୋଧ କରି ଛାତ୍ର କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ । ଅଧିକ ପଢନ୍ତୁ...
ତେଣୁ ଓଡ଼ିଶାର ଛାତ୍ର ସମାଜକୁ ନିଜର ଅଧିକାର ଲଢେଇରେ ସାମିଲ ହୋଇ ସଂସଦ ଘେରାଓରେ ନିଜର ସହଭାଗିତା ପାଇଁ ଆହ୍ୱାନ ଦେଇଛି ଛାତ୍ର କଂଗ୍ରେସ । ଏନେଇ କଂଗ୍ରେସ ଭବନ ଠାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଉଛନ୍ତି ଓଡିଶା ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ । ସେହିପରି ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ଛାତ୍ରମାନଙ୍କୁ ବେରୋଜଗାରୀ ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ଆଗେଇ ଆସିବା ପାଇଁ କହିଥିଲେ ରାଷ୍ଟ୍ରୀୟ ସମ୍ପାଦକ ରୋଶନ ଲାଲ ବିଟ୍ଟୁ । ଏହାସହ ନିଜ ଅଧିକାର ପାଇଁ ସରକାରଙ୍କ ବିରୋଧରେ ହେଉଥିବା ଘେରାଓରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ।
ଭୁବନେଶ୍ୱରରୁ ଦେବସ୍ମିତା ରାଉତ, ଇଟିଭି ଭାରତ