ଭୁବନେଶ୍ବର: ଉତ୍ତରପ୍ରଦେଶରେ ଓଡିଶା ଏସଟିଏଫ୍ ଟିମ୍ । ଆଗ୍ରାରୁ ଗିରଫ ହେଲା ମୋଷ୍ଟ ଓ୍ବାଣ୍ଟେଡ ନିଶା ବେପାରୀ । ଉତ୍ତରପ୍ରଦେଶ ପୋଲିସ ଓ କୋରାପୁଟ ପୋଲିସର ମିଳିତ ସହାୟତାରେ ନିଶା ବେପାରୀ ଶିଭନାଥ ସିଂ ଗିରଫ ହୋଇଛି । ଆଗ୍ରାର ଅଗୱାରଖାସ(Agwarkhas) ଅଞ୍ଚଳରୁ ତାକୁ ଏସଟିଏଫ ଗିରଫ କରିଥିବାର ସୂଚନା ମିଳିଛି ।
ଓଡିଶାରେ ନିଶା କାରବାର, ଉତ୍ତରପ୍ରଦେଶରୁ ବେପାରୀ ଗିରଫ - ରାଜ୍ୟ ବାହାରୁ ଗିରଫ ହେଲା ନିଶା ବେପାରୀ
ଉତ୍ତରପ୍ରଦେଶରୁ ମୋଷ୍ଟ ଓ୍ବାଣ୍ଟେଡ ନିଶା ବେପାରୀ ଗିରଫ । ମାଛକୁଣ୍ଡ ଗଞ୍ଜେଇ ଜବତ ମାମଲାର ମାଷ୍ଟର ମାଇଣ୍ଡ ଥିଲା ଏହି ଅଭିଯୁକ୍ତ । ଅଧିକ ପଢନ୍ତୁ
![ଓଡିଶାରେ ନିଶା କାରବାର, ଉତ୍ତରପ୍ରଦେଶରୁ ବେପାରୀ ଗିରଫ ଓଡିଶାରେ ନିଶା କାରବାର, ୟୁପିରୁ ଗିରଫ ହେଲା ବେପାରୀ](https://etvbharatimages.akamaized.net/etvbharat/prod-images/768-512-15118883-thumbnail-3x2-bbsr.jpg)
ଓଡିଶାରେ ନିଶା କାରବାର, ୟୁପିରୁ ଗିରଫ ହେଲା ବେପାରୀ
ଅଭିଯୁକ୍ତ ଶିଭନାଥ ଗତବର୍ଷ ଏପ୍ରିଲ ୭ ତାରିଖରେ ମାଛକୁଣ୍ଡରୁ ଜବତ ୮୧୦ କେଜି ଗଞ୍ଜେଇ ଚାଲାଣର ମାଷ୍ଟରମାଇଣ୍ଡ ଥିଲା । ସେହି ସମୟରେ ଧରା ପଡିଥିବା ଉତ୍ତରପ୍ରଦେଶର ଦୁଇ ଗଞ୍ଜେଇ ବେପାରୀଙ୍କ ଠାରୁ ଏନେଇ ଏସଟିଏଫ ଟିମ୍ ସୂଚନା ପାଇଥିଲା । ସୂଚନା ଆଧାରରେ ଟିମ୍ ଆଗ୍ରାରୁ ଶିଭନାଥକୁ ଧରିବାରେ ସକ୍ଷମ ହୋଇଛି । ତାକୁ ଗିରଫ ପରେ ବର୍ତ୍ତମାନ ଟ୍ରାନଜିଟ ରିମାଣ୍ଡରେ ଓଡିଶା ଅଣାଯାଉଛି । ୫ ଦିନିଆ ରିମାଣ୍ଡ ଅନୁମତି ମିଳିଥିବା ବେଳେ ଓଡିଶା ଆଣିବା ପରେ ତାକୁ କୋରାପୁଟ କୋର୍ଟରେ ହାଜର କରାଯିବ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ