ଓଡିଶା

odisha

MSP ପଲିଟିକ୍ସ: ସ୍ବାମୀନାଥନ କମିଟି ସୁପାରିସରେ ରାଜି ରାଜ୍ୟ ସରକାର, ବିରୋଧୀଙ୍କ ଟାର୍ଗେଟ

By

Published : Dec 10, 2020, 9:12 PM IST

ଦେଶରେ ନୂତନ କୃଷି ଆଇନକୁ ନେଇ ଆନ୍ଦୋଳନ ଜାରି ରହିଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟ୍ରମ୍ପକାର୍ଡ ଖେଳିଛନ୍ତି । ସ୍ବାମୀନାଥନଙ୍କ କମିଶନଙ୍କ ସମସ୍ତ ସୁପାରିସକୁ ସବୁ ଶସ୍ୟ ପାଇଁ ଲାଗୁ କରିବାକୁ ସଂକଳ୍ପ ପାରିତ କରିଛନ୍ତି । ଆଉ ଏହାକୁ ନେଇ ଜୋର ଧରିଛି ରାଜନୀତି ।

odisha state government agrees on the recommendation of the Swaminathan Commission
ସ୍ବାମୀନାଥନ କମିଶନଙ୍କ ସୁପାରିସରେ ରାଜି ରାଜ୍ୟ ସରକାର, ବିରୋଧିଙ୍କ ଟାର୍ଗେଟ

ଭୁବନେଶ୍ବର: ଦେଶରେ ନୂତନ କୃଷି ଆଇନକୁ ନେଇ ଆନ୍ଦୋଳନ ଜାରି ରହିଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟ୍ରମ୍ପକାର୍ଡ ଖେଳିଛନ୍ତି । ବୁଧବାର କ୍ୟାବିନେଟ ବୈଠକରେ ଗୋଟିଏ ସଂକ​ଳ୍ପ ପାରିତ ହୋଇଛି । ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ସ୍ବାମୀନାଥନ କମିଶନଙ୍କ ସମସ୍ତ ସୁପାରିସକୁ ସବୁ ଶସ୍ୟ ପାଇଁ ଲାଗୁ କରିବାକୁ ରାଜ୍ୟ ସରକାର ତାଙ୍କ ସଂକଳ୍ପକୁ ପୁଣି ଦୋହରାଉଛନ୍ତି ବୋଲି ଏଥିରେ କୁହାଯାଇଛି। ଏହ ସଂକଳ୍ପ ଦ୍ବାରା ରାଜ୍ୟ ସରକାର ସ୍ପଷ୍ଟ ଭାବେ ଜଣାଇଛନ୍ତି ଯେ ସ୍ବାମୀନୀଥନ୍ ସୁପାରିସକୁ କାର୍ଯ୍ୟକାରୀ କରାଯିବ।

ସ୍ବାମୀନାଥନ କମିଶନଙ୍କ ସୁପାରିସରେ ରାଜି ରାଜ୍ୟ ସରକାର, ବିରୋଧିଙ୍କ ଟାର୍ଗେଟ

ସର୍ବନିମ୍ନ ସହାୟକ ମୂଲ୍ୟକୁ ଦୁଇଗୁଣ କରିବା ପାଇଁ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ । କେନ୍ଦ୍ର ସରକାର ଏମ୍‌ଏସ୍‌ପି ଉଠାଇ ଦେଇପାରନ୍ତି ବୋଲି ଆଶଙ୍କା କରାଯାଉଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସହ ସହମତି ନୁହନ୍ତି ରାଜ୍ୟ ସରକାର । କ୍ୟାବିନେଟରେ ପାରିତ ହୋଇଥିବା ସଂକଳ୍ପ ଦ୍ବାରା ଏହା ସ୍ପଷ୍ଟ ବାରି ହୋଇ ପଡ଼ିଛି । ଏମ୍‌ଏସ୍‌ପି ଦୁଇଗୁଣ କରାଯାଉ ବୋଲି ରାଜ୍ୟ ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

ନବୀନଙ୍କ ଏଭଳି ନିଷ୍ପତ୍ତି ରାଜନୀତିରେ ମାଷ୍ଟରକାର୍ଡ ବୋଲି ଚର୍ଚ୍ଚା ହେଉଛି। ଯାହାକୁ ନେଇ ରାଜ୍ୟ ରାଜନୀତି ରେ ପୁଣିଥରେ ଏମଏସପି ରାଜନୀତି ଜୋର ଧରିଛି । ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କ ସମାଲୋଚନା କରିଛନ୍ତି।

ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାର ଏବେ ଏମଏସପି ଦୁଇଗୁଣା କରିବାକୁ କହୁଛନ୍ତି, ୨୧ ବର୍ଷ ହେଲା କେଉଁଠି ଶୋଇଥିଲେ । ୨୧ ବର୍ଷରେ ରାଜ୍ୟ ସରକାର ଚାଷିଙ୍କୁ ଟଙ୍କାଟିଏ ଦେଇ ନାହାନ୍ତି ରାଜ୍ୟ ସରକାର । ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ ସରକାର ଆଦୌ ଚିନ୍ତିତ ନୁହଁନ୍ତି । ଚାଷୀଙ୍କ ପାଇଁ ଆନ୍ତରିକତା ନାହିଁ। ସରକାରଙ୍କ ନୂଆ ନୀତି ଚାଷୀଙ୍କ ପାଇଁ କେବଳ ପ୍ରହସନ ଓ ପ୍ରତାରଣା ।

ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ସମାନ ଢଙ୍ଗରେ ସରକାର ଙ୍କ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଏବେ ରଖିଥିବା ଏମଏସପି ବି ରାଜ୍ୟ ସରକାର ଦେଇ ପାରୁନାହାନ୍ତି । ଅଲଗା ରାଜ୍ୟ ଅଧିକ ବୋନସ ଦେଉଥିବା ବେଳେ ଆମ ରାଜ୍ୟ ତାହା ମଧ୍ୟ କରୁନାହିଁ । ଫଳରେ ଚାଷୀ କ୍ବିଣ୍ଟାଲ ପିଛା ଧାନ ୧୦୦୦ ଟଙ୍କାରେ ବିକୁଛି । ମଣ୍ଡିରେ ଧାନ ବିକ୍ରି ନେଇ ଅବ୍ୟବସ୍ଥା ରହିଛି ।

ସେପେଟେ ଏହି ସମସ୍ତ ଅଭିଯୋଗର ଉତ୍ତର ରଖିଛି ବିଜେଡି । ବିଜେଡି ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ଯେ, ଚାଷୀ ଓ ଚାଷ ପାଇଁ ବିଜେଡି ସବୁବେଳେ ଠିଆ ହୋଇଛି। ଆଗରୁ ବିଧାନସଭାରେ ଦୁଇ ଥର ସମସ୍ତ ଦଳର ପ୍ରସ୍ତାବ ପାରିତ ହୋଇଛି । ଏବେ ପୁଣି କ୍ୟାବିନେଟରେ ପାରିତ କରାଇ କେନ୍ଦ୍ରକୁ ଜଣାଯାଇଛି । ଏମଏସ ସ୍ଵାମିନାଥନ ଙ୍କ କମିଟି କଥା ଲାଗୁ କରିବା ପାଇଁ ଆଗରୁ ଦାବି କରୁଥିଲୁ । ଏହାକୁ ଅଧିକ ଦୃଢିଭୁତ କରିବା ପାଇଁ କ୍ୟାବିନେଟ ପାରିତ କରିଛୁ । ଚାଷୀଙ୍କ ପାଇଁ କହୁଥିବା କଥାକୁ ଯଦି ଡ୍ରାମା ବୋଲି କହୁଛନ୍ତି ବିରୋଧୀ, ତାହାଲେ ଆମେ ଡ୍ରାମା କରୁଛୁ ।

ଭୁବନେଶ୍ବରରୁ ତପନ କୁମାର ଦାଶ, ଇଟିଭି ଭାରତ

ABOUT THE AUTHOR

...view details